କରୋନା ରୋଗୀଙ୍କ ଡିସ୍‌ଚାର୍ଜ ନୀତି ବଦଳିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କୋଭିଡ-୧୯ ରୋଗୀଙ୍କ ଡିସଚାର୍ଜ ନୀତିରେ ସଂଶୋଧନ ଘୋଷଣା କରିଛି। କରୋନାକୁ ସାମାନ୍ୟ ଏବଂ ମଧ୍ୟମ ଶ୍ରେଣୀରେ ବିଭକ୍ତ କରାଯାଇଛି। ମଧ୍ୟମ ଧରଣର ସଂକ୍ରମଣ କ୍ଷେତ୍ରରେ ରୋଗୀଙ୍କ ଅକ୍ସିଜେନ ସ୍ତର କ୍ରମାଗତ ୩ ଦିନ ଧରି ଯଦି ୯୩ ପ୍ରତିଶତ ଉପରେ ରହିଥାଏ ‌ତାହେଲେ ତାଙ୍କୁ ଡିସଚାର୍ଜ କରାଯିବ। ସେହିଭଳି ସାମାନ୍ୟ ରୋଗୀଙ୍କ କ୍ଷେତ୍ରରେ ପଜିଟିଭ ହେବାର ୭ ଦିନ ପରେ ଡିସଚାର୍ଜ କରାଯିବ। ତେବେ ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଲଗାତାର ୩ ଦିନ ଧରି ସ୍ଥିର ଥିବା ଆବଶ୍ୟକ। ଡିସଚାର୍ଜ ପୂର୍ବରୁ ତାଙ୍କୁ ଆଉ ଥରେ ଟେଷ୍ଟ୍‌ କରିବାର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଏକ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର