‘ମଜୁରୀ ଲାଗିଥିଲେ ଭାଇ ଆଜି ବଞ୍ଚିଥାନ୍ତା’; ଚିକିତ୍ସା ନ ପାଇ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେବା ପରେ ଏଭଳି କହିଲେ ଭାଇ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କୁ ଠିକ ସମୟରେ ଚିକିତ୍ସା ନମିଳିବାରୁ ତାଙ୍କର ମୃତ୍ୟୁ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ନିଜେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ନମିଳିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିକିତ୍ସା ପାଇଁ ୩ଟି ଡାକ୍ତରଖାନା ବୁଲିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଡାକ୍ତର ମଞ୍ଜୁନାଥ। ଗୁରୁତର ଅସୁସ୍ଥତା ହେତୁ ବେଙ୍ଗାଲୁରୁ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(ବିଏମସିଆରଆଇ)ରେ ମୃତ୍ୟୁ ବରଣ କରିଛନ୍ତି ମଞ୍ଜୁନାଥ।

ସୂଚନା ମୁତାବକ, ଡାକ୍ତର ମଞ୍ଜୁନାଥ ରାମନଗର ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ। ନିକଟରେ ସେ ଏଠାରେ କାମ କରିବା ସମୟରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ। ଜ୍ୱର ଏବଂ ନିଶ୍ବାସ ନେବାରେ ଅସୁବିଧା ହେବା ପରେ ଡାକ୍ତର ମଞ୍ଜୁନାଥଙ୍କୁ ଜୁନ୍ ୨୫ରେ ବିଭିନ୍ନ ଡାକ୍ତରଖାନା ନିଆଯାଇଥିଲା। ତେବେ କୋଭିଡ ପରୀକ୍ଷା ରିପୋର୍ଟ ନ ଥିବାରୁ ତାଙ୍କୁ କୌଣସି ଡାକ୍ତରଖାନା ଭର୍ତ୍ତି କରିବାକୁ ରାଜି ହୋଇନଥିଲେ। ତିନୋଟି ଘରୋଇ ଡାକ୍ତରଖାନା ବୁଲିବା ପରେ ତାଙ୍କୁ କୌଣସି ପ୍ରକାରେ କୁମାରସ୍ୱାମୀ ଲେଆଉଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭରେ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା କିନ୍ତୁ ପରେ ଯେତେବେଳେ ସ୍ୱାସ୍ଥ୍ୟ ଅବନତି ଆରମ୍ଭ ହେଲା, ତାଙ୍କୁ ତୁରନ୍ତ ବିଏମସିଆରଆଇରେ ଭର୍ତ୍ତି କରାଯାଇଥିଲା। ମଞ୍ଜୁନାଥଙ୍କ ଭାଇ ଡାକ୍ତର ନାଗେନ୍ଦ୍ର କହିଛନ୍ତି ଯେ, ଚିକିତ୍ସା ସମୟରେ ତାଙ୍କ ଭାଇଙ୍କୁ ଫିଜିଓଥେରାପିଷ୍ଟର ଆବଶ୍ୟକ ଥିଲା, କିନ୍ତୁ କୌଣସି ଥେରାପିଷ୍ଟ ତାଙ୍କୁ ଚିକିତ୍ସା କରିବାକୁ ରାଜି ହୋଇନଥିଲେ।

Struggling to breathe, doctors not providing ventilator': Covid ...
The Indian Express

ଅନେକ ଚେଷ୍ଟା ପରେ, ଏକ ଘରୋଇ ଫିଜିଓଥେରାପିଷ୍ଟ ଚିକିତ୍ସା ପାଇଁ ରାଜି ହୋଇଥିଲେ ଏବଂ ବିଏମସିଆରଆଇ ମଧ୍ୟ ଏହାକୁ ଅନୁମତି ଦେଇଥିଲେ | ତେବେ ଏ ସବୁ କରିବାରେ ବିଳମ୍ବ ହୋଇଯାଇଥିବାରୁ ମଞ୍ଜୁନାଥଙ୍କୁ ବଞ୍ଚାଯାଇ ପାରି ନଥିଲା। କେବଳ ମଞ୍ଜୁନାଥ ନୁହନ୍ତି ,ପରିବାରର ଅନ୍ୟ ୬ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଭାଇଙ୍କ ମୃତ୍ୟୁ ପରେ ଡାକ୍ତର ନାଗେନ୍ଦ୍ର କହିଛନ୍ତି ଯେ, ଆମେ ଡାକ୍ତର ହୋଇଥିବାରୁ ଆମକୁ କରୋନା ସଂକ୍ରମଣ ସହିତ ଲଢ଼ିବାକୁ ପଡିଲା। ଯଦି ଆମେ ଏହି ବୃତ୍ତି ଛାଡି ମଜୁରୀ ଲାଗିଥାନ୍ତୁ, ତେବେ ଭଲ ହୋଇଥାନ୍ତା |

ସମ୍ବନ୍ଧିତ ଖବର