ଦେଶରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମେ ୧୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧ଲକ୍ଷ ୧ ହଜାର ୧୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୧୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୧୬୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୦ ଜଣ, ଆସାମରେ ୨ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୬୮ ଜଣ, ଗୁଜରାଟରେ ୬୯୪ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୭ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୫୨ ଜଣ, ମହାରାଷ୍ଟ୍ରରେ ୧୨୪୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪ ଜଣ, ପୁଦ୍ଦୁଚେରୀରେ ୧ଜଣ, ପଞ୍ଜାବରେ ୩୭ ଜଣ, ରାଜସ୍ଥାନରେ ୧୩୮ ଜଣ, ତାମିଲନାଡୁରେ ୮୧ ଜଣ, ତେଲେଙ୍ଗାନାରେ ୩୫ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୧୮ ଜଣ ଏବଂ ପଶ୍ଚିମବଙ୍ଗରେ ୨୪୪ ଜଣ ।

cdc

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୪୭୪), ଅରୁଣାଚଳ ପ୍ରଦେଶ (୧), ଆସାମ (୧୦୭), ବିହାର (୧୩୯୧), ଚଣ୍ଡିଗଡ଼ (୧୯୬), ଛତିଶଗଡ଼ (୯୩), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୦୦୫୪), ଗୋଆ (୩୮), ଗୁଜରାଟ (୧୧୭୪୫), ହରିୟାଣା (୯୨୮), ହିମାଚଳ ପ୍ରଦେଶ (୯୦), ଜମ୍ମୁ ଓ କଶ୍ମୀର (୧୨୮୯), ଝାଡ଼ଖଣ୍ଡ (୨୨୩) କର୍ଣ୍ଣାଟକ (୧୨୪୬), କେରଳ (୬୩୦), ଲଦାଖ (୪୩), ମଧ୍ୟପ୍ରଦେଶ (୫୨୩୬), ମହାରାଷ୍ଟ୍ର (୩୫୦୫୮), ମଣିପୁର (୭), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୮୭୬), ପୁଦ୍ଦୁଚେରୀ (୧୮), ପଞ୍ଜାବ (୧୯୮୦), ରାଜସ୍ଥାନ (୫୫୦୭), ତାମିଲନାଡୁ (୧୧୭୬୦), ତେଲେଙ୍ଗାନା (୧୫୯୭), ତ୍ରିପୁରା (୧୬୭), ଉତ୍ତରାଖଣ୍ଡ (୯୩), ଉତ୍ତରପ୍ରଦେଶ (୪୬୦୫) ଓ ପଶ୍ଚିମବଙ୍ଗ (୨୮୨୫) ରହିଛି |

ସମ୍ବନ୍ଧିତ ଖବର