ଜାଣିଶୁଣି କରୋନା ପଜିଟିଭ ହେବେ ଏହି ସବୁ ବ୍ୟକ୍ତି, ମିଳିବ ୪ ଲକ୍ଷ ଟଙ୍କା !

ଲଣ୍ଡନ: ଆସନ୍ତା ମାସରେ ଲଣ୍ଡନରେ କରୋନା ଟିକାକୁ ମଣିଷଙ୍କ ଶରୀର ଉପରେ ପରୀକ୍ଷା କରାଯିବ | ଲଣ୍ଡନର ରୟାଲ୍ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ବ୍ୟାପକ ପରୀକ୍ଷଣରେ ପ୍ରାୟ ୨୫୦୦ ଜଣ ଲୋକ ଜାଣିଶୁଣି କରୋନା ପଜିଟିଭ୍ ହେବାକୁ ଯାଉଛନ୍ତି। କରୋନା ପଜିଟିଭ ହେବା ପରେ ଏହି ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ। ଏହି ପରୀକ୍ଷଣରେ, ସୁସ୍ଥ ଲୋକଙ୍କୁ ପ୍ରଥମେ କରୋନା ପଜିଟିଭ୍ କରାଯିବ ଏବଂ ତା’ପରେ ସେମାନଙ୍କୁ ଟିକା ଦିଆଯିବ |

ଏହା ପରେ ଟିକା କାମ କରୁଛି କି ନାହିଁ ଏହାର ଫଳାଫଳ ଉପରେ ନଜର ରଖାଯିବ | ଏହାପୂର୍ବରୁ ମ୍ୟାଲେରିଆ, ଟାଇଫଏଡ ଏବଂ ଫ୍ଲୁ ଭଳି ରୋଗ ପାଇଁ ମଧ୍ୟ ଏହିପରି ପରୀକ୍ଷଣ କରାଯାଇଥିଲା। ତେବେ ଏହି ପରୀକ୍ଷା ପଛର ଉଦ୍ଦେଶ୍ୟ ହେଉଛି ଯେ,ଟିକା କିଭଳି କାମ କରୁଛି ଜଣାପଡ଼ିଲେ ହିଁ କରୋନା ଟିକା କାମ ତ୍ୱରାନ୍ୱିତ ହୋଇପାରିବ | ତେବେ ପରୀକ୍ଷାର ସମ୍ମୁଖୀନ ହେବାକୁ ଥିବା ସମସ୍ତ ଲୋକଙ୍କର ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ସ୍ଥିର କରାଯାଇଛି |

କାରଣ ଏହି ବୟସର ଲୋକଙ୍କ ମଧ୍ୟରେ କରୋନା ଯୋଗୁଁ ମୃତ୍ୟୁ ହେବାର ଆଶଙ୍କା ସର୍ବନିମ୍ନ ରହିଛି | ସେମାନଙ୍କୁ ରୟାଲ ଫ୍ରି ହସ୍ପିଟାଲର ସ୍ପେଶାଲିଷ୍ଟ କ୍ଲିନିକରେ ରଖାଯିବ ଏବଂ ସେମାନଙ୍କର ଲକ୍ଷଣ ଏଠାରେ ନଜର ରଖାଯିବ | ଏହି ଦୁଇରୁ ତିନି ସପ୍ତାହ ପରୀକ୍ଷଣ ପାଇଁ, ଏହି ଲୋକମାନେ ପ୍ରାୟ ୪ ଲକ୍ଷ ଟଙ୍କା ପାଇବେ |

ସମ୍ବନ୍ଧିତ ଖବର