ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କରୋନା ସଂକ୍ରମିତ ହେଲେ ପାକିସ୍ତାନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନର ରାଷ୍ଟ୍ରପତି ଡ. ଆରିଫ ଅଲଭି କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହା ଜଣାଇଛନ୍ତି | ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ପାକିସ୍ତାନ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ସାମିନା ଆଲଭିଙ୍କୁ ଚୀନ୍‌ର କରୋନା ଟିକା ସିନୋଫର୍ମ ଦିଆଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ପଜିଟିଭ ହେବାର ପ୍ରାୟ ୧୦ ଦିନ ପରେ ପାକିସ୍ତାନର ରାଷ୍ଟ୍ରପତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ନେଇ ପାକିସ୍ତାନ ରାଷ୍ଟ୍ରପତି ଅଲଭି ଟ୍ୱିଟରରେ ଲେଖିଛନ୍ତି ଯେ, ‘ମୋର କରୋନା ପଜିଟିଭ ବୋଲି ଜଣାପଡିଛି ।

ଏହା ସହିତ ସେ କହିଛନ୍ତି ଯେ ଆମେ କରୋନା ଟିକାର ପ୍ରଥମ ଡୋଜ ନେଇଛୁ, ଦ୍ୱିତୀୟ ଡୋଜ ନେବା ପରେ ହିଁ ଆଣ୍ଟିବଡି ବିକଶିତ ହୁଏ | ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ଏକ ସପ୍ତାହ ସମୟ ଥିଲା | ତେଣୁ ଦୟାକରି ସମସ୍ତେ ସଚେତନ ରୁହନ୍ତୁ’ | ସୂଚନା ଥାଉ କି ୨୦ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ସଂକ୍ରମିତ ହୋଇଥିଲେ। ଆଉ ପଜିଟିଭ ଜଣାପଡିବା ପରେ ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି |


ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ସଂକ୍ରମିତ ହେବାର ଦୁଇ ଦିନ ପୂର୍ବରୁ ତାଙ୍କୁ ମଧ୍ୟ ଚୀନର କରୋନା ଟିକା ଦିଆଯାଇଥିଲା। କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୁହଁନ୍ତି ତାଙ୍କ ପତ୍ନୀ ବେଗମ୍ ବୁଶ୍ରା ବିବି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର