ମାସ୍କ ପିନ୍ଧିବା କମାଇଛି କୋଭିଡ୍ ମାମଲା

ନୂଆଦିଲ୍ଲୀ: ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ର ସଂକ୍ରମଣକୁ ରୋକିବା ପାଇଁ ବିଶେଷ କରି ସଂକ୍ରାମକ କେନ୍ଦ୍ରମାନଙ୍କରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବାରୋପ କରିବା ଦ୍ବାରା ହଜାର ହଜାର ଲୋକଙ୍କୁ ସଂକ୍ରମଣରୁ ମୁକୁଳାଯାଇପାରିିଛି ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି ବେଳେ ବେଳେ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ଘରେ ବନ୍ଦୀ ହୋଇ ରହିବା କଟକଣା ଅପେକ୍ଷା ମାସ୍କ ପିନ୍ଧିବା ହିଁ କରୋନା ସଂକ୍ରମଣ ହ୍ରାସ କରିବାରେ ଅଧିକ ସଫଳ ହୋଇଛି ବୋଲି ଆମେରିକାର ନାସନାଲ୍ ଏକାଡେମି ଅଫ୍ ସାଇନ୍ସେସ୍‌ ଦ୍ବାରା କରାଯାଇଥିବା ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।

ଗବେଷଣାଲବ୍ଧ ତଥ୍ୟାନୁଯାୟୀ, ବିଶ୍ବର ସର୍ବାଧିକ ସଂକ୍ରମିତ ଇଲାକା ଇଟାଲି ଓ ନ୍ୟୁୟର୍କ ସହରରେ ଯଥାକ୍ରମେ ଏପ୍ରିଲ୍ ୬ ଓ ଏପ୍ରିଲ ୧୭ ତାରିଖରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ପରେ ସଂକ୍ରମଣ ହାର କଳ୍ପନାତୀତ ଭାବେ କମିଯାଇଥିଲାା ଏପରିକି ଏହି ଏକମାତ୍ର ସତର୍କତାମୂଳକ ପଦକ୍ଷେପ ହିଁ ମେ ୯ ଭିତରେ ଇଟାଲିରେ ୭୮ ହଜାରରୁ ଅଧିକ ଏବଂ ନ୍ୟୁୟର୍କରେ ୬୬ ହଜାରରୁ ଅଧିକ ସଂକ୍ରମଣ ହ୍ରାସ କରିପାରିିଛି ବୋଲି ଆକଳନ କରାଯାଇଛିା କେବଳ ନ୍ୟୁୟର୍କ ସହରରେ ଏଥିଯୋଗୁଁ ଦୈନିକ ସଂକ୍ରମଣ ହାର ୩ ପ୍ରତିଶତ କମିଯାଇଥିବା ଜଣାଯାଇଛିା ଅବଶ୍ୟ ମାସ୍କ ପିନ୍ଧିବା ନିୟମ ଲାଗୁ ହେବାର ଯଥେଷ୍ଟ ଆଗରୁ ଇଟାଲି ଓ ନ୍ୟୁୟର୍କରେ ସାମାଜିକ ଦୂରତ୍ବ, ସଂଗରୋଧ, ନିଃସଙ୍ଗବାସ ଓ ହସ୍ତ ପ୍ରକ୍ଷାଳନ ଆଦି ବ୍ୟବସ୍ଥା ମଧ୍ୟ ଜାରି ରହିିଥିଲା ା ତେବେ ତାହା ଦ୍ବାରା କେବଳ ସିଧାସଳଖ ସଂସ୍ପର୍ଶ ଜନିତ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରୁଥିଲାା ମାତ୍ର ମୁହଁ ଘୋଡା଼ଇବା ଦ୍ବାରା ସଂସ୍ପର୍ଶ ବିହୀନ ବାୟୁମଣ୍ତଳୀୟ ସଂକ୍ରମଣକୁ ମଧ୍ୟ ରୋକାଯାଇପାରିଛି ବୋଲି ଗବେଷକମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର