ପୁଣି ଥରେ କରୋନାର ଗଡ଼ ହେଲାଣି ମହାରାଷ୍ଟ୍ର, ୧୦ଦିନରେ ୨୪୧ ପ୍ରତିଶତ ବଢ଼ିଲାଣି ସଂକ୍ରମଣ

ମୁମ୍ବାଇ: କରୋନା ପୁଣି ଥରେ ଦେଶକୁ ଭୟଭୀତ କରିବା ଆରମ୍ଭ କରିଛି। କ୍ରମାଗତ ତୃତୀୟ ଦିନ ମଧ୍ୟ ଦେଶରେ ୮ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ‌ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ୪୮ହଜାର ପାଖାପାଖି ପହଞ୍ଚିଲାଣି। ଏଥି ସହିତ ମହାରାଷ୍ଟ୍ର ପୁଣି ଥରେ କରୋନାର ଏକ ଗଡ଼ରେ ପରିଣତ ହେଉଛି। ୧୦ ଦିନ ମଧ୍ୟରେ କରୋନା ସଂକ୍ରମଣ ୨୪୧ପ୍ରତିଶତ ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ କେରଳରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୮୦୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୦ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଦେଶର ମୋଟ ମାମଲାର ୭୦ପ୍ରତିଶତ କରୋନା ରୋଗୀ କେବଳ ମହାରାଷ୍ଟ୍ର, କେରଳ ଏବଂ ଦିଲ୍ଲୀରେ ରହିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଚତୁର୍ଥ ଲହର ଆସିବା ନେଇ ଆଶଙ୍କା କରୁଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରୁ ୬୧ପ୍ରତିଶତ ମୁମ୍ବାଇରେ ରହିଛନ୍ତି। ମହାରାଷ୍ଟ୍ରରେ ସଂକ୍ରମଣ ହାର ପାଖାପାଖି ୭ରେ ପହଞ୍ଚିଛି। ଏହାକୁ ନେଇ ମହାରାଷ୍ଟ୍ରବାସୀଙ୍କୁ ସତର୍କ କରାଉଛନ୍ତି ସରକାର।

ସମ୍ବନ୍ଧିତ ଖବର