୧୦ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ ୧୪୦ନମୁନା ପରୀକ୍ଷା କରିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ

ନୂଆଦିଲ୍ଲୀ: କୋଭିଡ-୧୯ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ ୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ ଅନ୍ୟୁନ ୧୪୦ଟି ପରୀକ୍ଷଣ କରିବା ପାଇଁ ପରାମର୍ଶ ଦେଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ମିଳିତ ଉଦ୍ୟମ କ୍ରମେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ ୧୪୦ ବା ତା’ଠାରୁ ଅଧିକ ନମୁନା ପରୀକ୍ଷଣ କରୁଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି । କୋଭିଡ-୧୯ ପରୀକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଫଳରେ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ୮୬୫ ସରକାରୀ ଓ ୩୫୮ ଘରୋଇ ଏହିପରି ମୋଟ ୧୨୨୩ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ଏହାବ୍ୟତୀତ ଆରଟିପିସିଆର, ଟ୍ରୁ-ନେଟ ଏବଂ ସିବିନାଟ ଯୋଗୁଁ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି ।

YouGov | 80% Indians want the government to expand the Coronavirus ...
YouGov

ଦେଶରେ ଜାନୁଆରୀ ମାସରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହା ୧୨୧କୁ ବୃଦ୍ଧି ପାଇଥିଲା ଏବଂ ଏହି ସଂଖ୍ୟା ବର୍ତ୍ତମାନ ୧୨୨୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦,୧୬୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ପରୀକ୍ଷା ୧,୨୪,୧୨,୬୬୪କୁ ବୃଦ୍ଧି ପାଇଛି । ପ୍ରତି ୧୦ ଲକ୍ଷରେ ନମୁନା ପରୀକ୍ଷଣ ସଂଖ୍ୟା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜିସୁଦ୍ଧା ଏହା ୮,୯୯୪.୭ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ୩.୨୦ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର