ଆଫ୍ରିକା ଉପରେ କରୋନା କଳାବାଦଲ, ୩ଲକ୍ଷ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା :ୟୁଏନଇସିଏ

ଜୋହାନସବର୍ଗ : କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିସାରିଥିବାବେଳେ ଆଫ୍ରିକୀୟ ଦେଶଗୁଡ଼ିକ ସବୁଠାରୁ କମ ସଂକ୍ରମିତ ଅଛନ୍ତି । ଆଫ୍ରିକା ମହାଦେଶର ମୋଟ ୫୩ଟି ଦେଶରେ ମୋଟ ୨୦ ହଜାରରୁ କମ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଆଗକୁ ସ୍ଥିତି ସଂଗୀନ ହୋଇପାରେ ବୋଲି ଜାତିସଂଘ ଆଫ୍ରିକା ଅର୍ଥନୈତିକ ଆୟୋଗ (ୟୁଏନଇସିଏ) ପକ୍ଷରୁ ସତର୍କ କରିଦିଆଯାଇଛି ।

ୟୁଏନଇସିଏର ରିପୋର୍ଟ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ୬ ମାସରେ ଆଫ୍ରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବ । ଆହୁରି ଚିନ୍ତାଜନକ ବିଷୟ ହେଉଛି ମୃତ୍ୟୁସଂଖ୍ୟା ୩ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ଓ ପ୍ରାୟ ୨୯ ନିୟୁତ ଲୋକ ଦାରିଦ୍ର୍ୟ ସୀମା ତଳକୁ ଖସିଯାଇପାରନ୍ତି ।

ଯଦି କୌଣସି ପଦକ୍ଷେପ ନିଆନଯାଏ ମୋଟ ସଂକ୍ରମିତ ସଂଖ୍ୟା ୧୨୦ କୋଟି ଆଫ୍ରିକୀୟ ସଂକ୍ରମିତ ହେବାର ଆଶଙ୍କା ରହିଛି ଓ ମୃତ୍ୟୁସଂଖ୍ୟା ୩୩ ଲକ୍ଷରେ ପହଞ୍ଚିପାରେ ।

ସମ୍ବନ୍ଧିତ ଖବର