ଦେଶରେ କରୋନା ସ୍ଥିତି : ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ହ୍ରାସ ଧାରା ବଜାୟ ରଖି ଦେଶରେ ସକ୍ରିୟ କରୋନା ମାମଲା ଏବେ ୩,୭୮,୯୦୯ରେ ପହଞ୍ଚିଛି। ମୋଟ ପଜିଟିଭ୍ ମାମଲାର ୩.୮୯% ସକ୍ରିୟ ମାମଲା ରହିଛି । ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ ମାମଲା ତୁଳନାରେ ଅଧିକ ରହୁଥିବା ଯୋଗୁ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୪,୯୫୭ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ କରୋନା ମାମଲା ତୁଳନାରେ ଅଧିକ ରହିଛି । ୩୨,୦୮୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୬,୬୩୫ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ ନମୁନା ପରୀକ୍ଷା ୧୫କୋଟି (୧୪,୯୮,୩୬,୭୬୭) ପାଖାପାଖି ହୋଇଛି । ପ୍ରତିଦିନ ଦଶ ଲକ୍ଷରୁ ଅଧିକ ନମୁନା ପରୀକ୍ଷାର ଧାରା ବଜାୟ ରଖି ଗତ ୨୪ ଘଣ୍ଟାରେ ୧୦,୨୨,୭୧୨ ନମୁନା ପରୀକ୍ଷା କରାଯାଇଛି । ଦିନକୁ ଏବେ ଦେଶରେ ନମୁନା ପରୀକ୍ଷାର କ୍ଷମତା ୧୫ ଲକ୍ଷକୁ ବୃଦ୍ଧି ପାଇଛି ।

ଭାରତରେ ଏବେ ମୋଟ ୨,୨୨୦ ଲାବୋରେଟାରୀରେ କରୋନା ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ ହୋଇପାରୁଛି । ଦୈନିକ ହାରାହାରି ୧୦ ଲକ୍ଷ ନମୁନା ପରୀକ୍ଷା ଯୋଗୁ ଏହା ନିଶ୍ଚିତ ହୋଇଛି ଯେ, ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହି ଧାରା ବଜାୟ ରହିଛି । ଆଜି ମୋଟ ଜାତୀୟ ପଜିଟିଭ୍ ହାର ୬.୫୦% ରହିଥିବା ବେଳେ ଦୈନିକ ପଜିଟିଭ୍ ହାର ମାତ୍ର ୩.୧୪% ରହିଛି । ଅଧିକରୁ ଅଧିକ ନମୁନା ପରୀକ୍ଷା ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇପାରିଛି ।

ଜାତୀୟ ପଜିଟିଭ୍ ହାର ତୁଳନାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛି । ନିମ୍ନଲିଖିତ ରାଜ୍ୟ ଗୁଡ଼ିକରେ ମୋଟ ନମୁନା ପରୀକ୍ଷା ଅଧିକ ରହିବା ସହ ପଜିଟିଭ୍ ହାର ହ୍ରାସ ହୋଇଛି ।

http://static.pib.gov.in/WriteReadData/userfiles/image/image006BYIF.jpg

ଉତ୍ତର ପ୍ରଦେଶରେ ମୋଟ ନମୁନା ପରୀକ୍ଷା ୨ କୋଟିକୁ ଅତିକ୍ରମ କରିଛି । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ସର୍ବାଧିକ ନମୁନା ପରୀକ୍ଷା ଅର୍ଥାତ ୧ କୋଟିରୁ ଅଧିକ ପରୀକ୍ଷା ହୋଇଥିବା ରାଜ୍ୟରେ ଅନ୍ତର୍ଭୁକ୍ତ । ଭାରତରେ ସୁସ୍ଥତା ହାର ୯୪.୬୬%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ସଂଖ୍ୟା ଆଜି ୯୨ ଲକ୍ଷ (୯୨,୧୫,୫୮୧)କୁ ଅତିକ୍ରମ କରିଛି । ନୂଆ ସୁସ୍ଥଙ୍କ ମଧ୍ୟରୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୬.୩୭% ଆସିଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬,୩୬୫ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ୪,୭୩୫ ଜଣ ଏବଂ ଦିଲ୍ଲୀରେ ୩,୩୦୭ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲାରୁ ୭୫.୧୧% ଆସିଛି ୧୦ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ସର୍ବାଧିକ ୫,୦୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ୪,୦୨୬ ଜଣ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୭୬.୩୭% ମୃତ୍ୟୁ ହୋଇଛି । ଦିଲ୍ଲୀରେ ସର୍ବାଧିକ ମୃତ୍ୟୁସଂଖ୍ୟା ୫୭ରହିଥିବା ବେଳେ ପଛକୁ ମହାରାଷ୍ଟ୍ରରେ ୫୩ ଏବଂ ପଶ୍ଚିମବଙ୍ଗରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର