ଦିଲ୍ଲୀ ସ୍କୁଲରେ କରୋନା ଭୟ, ସ୍କୁଲରୁ ପିଲାଙ୍କୁ ନେଇଯିବାକୁ କହିଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ନୋଏଡାର ଏକ ବିଦ୍ୟାଳୟରେ କରୋନା ଭାଇରସ୍ ଭୟ ଦେଖାଦେଇଛି | ମଙ୍ଗଳବାର ଦିନ ନୋଏଡାସ୍ଥିତ ଏକ ସ୍କୁଲ ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ଘରକୁ ନେବାକୁ କହିଥିଲେ | ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ କୁହାଯାଇଛି ଯେ ଯଦି ସେମାନଙ୍କ ପିଲାଙ୍କୁ ଥଣ୍ଡା ବା ସର୍ଦ୍ଦି ହେବାର ଲକ୍ଷଣ ଦେଖା ହୋଇଛି ତେବେ ସ୍କୁଲ ପଠାନ୍ତୁ ନାହିଁ |

ମିଳିଥିବା ସୂଚନା ମୁତାବକ ସୋମବାର ଦିନ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣେ ବ୍ୟକ୍ତି ଗ୍ରେଟର ନୋଏଡାରେ ଏକ ଜନ୍ମଦିନ ପାର୍ଟି ଦେଇଥିଲେ | ଏଥିରେ ୨ ଜଣ ପିଲାଙ୍କ ସମେତ ୫ ଜଣ ଅଭିଭାବକ ସାମିଲ ହୋଇଥିଲେ | କାଳେ ଏହି ବ୍ୟକ୍ତିଙ୍କ ଠାରୁ କରୋନା ଭାଇରସ ସଂକ୍ରମିତ ହୋଇଥିବ ସନ୍ଦେହ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

Image Source: Zee News

ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ପାଞ୍ଚ ପରିବାରର ରକ୍ତ ପରୀକ୍ଷା ପାଇଁ ପଠାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଇମେଲ ମାଧ୍ୟମରେ ଜଣାଇଛନ୍ତି ଯେ କରୋନା ଭାଇରସ ପାଇଁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ ଏହି ବନ୍ଦ ସତର୍କତାମୂଳକ ଅଟେ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରିଚାଳନା ଏବଂ ସମୟ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ପିତାମାତାଙ୍କୁ ସତର୍କ ରହିବାକୁ ଏବଂ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି |

ସମ୍ବନ୍ଧିତ ଖବର