ଭାରତରେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା, ମୋଟ ପରୀକ୍ଷଣ ୨.୧୪ କୋଟିରୁ ଅଧିକ

ନିୟୁତ ପିଛା ପରୀକ୍ଷା ସଂଖ୍ୟା ୧୫,୫୬୮କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬,୧୯,୬୫୨ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମୋଟ ପରୀକ୍ଷା ସଂଖ୍ୟା ୨,୧୪,୮୪,୪୦୨ରେ ପହଞ୍ଚିଛି । ନିୟୁତ ପିଛା ପରୀକ୍ଷା ସଂଖ୍ୟା ଦ୍ରୁତ ଗତିରେ ୧୫,୫୬୮କୁ ବୃଦ୍ଧି ପାଇଛି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ଉପଯୋଗ କରି ନମୁନା ପରୀକ୍ଷଣ ଲାଗି ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୯୨୦ଟି ସରକାରୀ ଓ ୪୪୬ଟି ଘରୋଇ ଏହିପରି ମୋଟ ୧୩୬୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

ସମ୍ବନ୍ଧିତ ଖବର