ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ଲକ୍ଷ

ବର୍ତ୍ତମାନ ନିୟୁତ ପିଛା ପରୀକ୍ଷଣ ସଂଖ୍ୟା ୨୭,୦୦୦ରୁ ଅଧିକ

ନୂଆଦିଲ୍ଲୀ: ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ କରୋନା ମହାମାରୀ ବିରୋଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି । କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’ ଅନୁସରଣ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସରେ ଭାରତ ଦିନକୁ ୧୦ଲକ୍ଷ ପରୀକ୍ଷଣକୁ ଛୁଇଁବାରେ ସମର୍ଥ ହୋଇଛି ।

ଗତ ୭ଦିନର ହାରାହାରି ପରିକ୍ଷଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ରଣନୀତି ବେଶ ସଫଳ ପ୍ରମାଣିତ ହୋଇଛି । ଆଜିସୁଦ୍ଧା ହୋଇଥିବା ମୋଟ ପରୀକ୍ଷଣ ୩,୭୬,୫୧,୫୧୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୨୩,୯୯୨ ପରୀକ୍ଷା କରାଯାଇଥିଲା । ଶୀଘ୍ର ଚିହ୍ନଟ ଯୋଗୁଁ ଏହି ସଂଖ୍ୟକ ପରୀକ୍ଷା ସମ୍ଭବ ହୋଇପାରିଛି । ଶୀଘ୍ର ରୋଗ ନିରୂପଣ ଯୋଗୁଁ ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ହସ୍ପିଟାଲରେ ଭର୍ତ୍ତି କରାଯାଇପାରୁଛି । ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି ।

Coronavirus testing methods: What you need to know | News | Al Jazeera
Al Jazeera

ରୋଗନିରୂପଣକାରୀ ପରୀକ୍ଷାଗାରର ବୃଦ୍ଧି ଯୋଗୁଁ ବ୍ୟାପକ ପରୀକ୍ଷା ସମ୍ଭବ ହୋଇପାରିଛି । ସେଦୃଷ୍ଟିରୁ ସଫଳତାର ଫଳ ସ୍ୱରୂପ ଏକ ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୨୭,୨୮୪କୁ ବୃଦ୍ଧି ପାଇଛି । ଏହି ଧାରା ଅବ୍ୟାହତ ରହିଛି । ପରୀକ୍ଷାଗାରଗୁଡିକର ସଂପ୍ରସାରଣ ଯୋଗୁଁ ଦେଶରେ ପରୀକ୍ଷା ସୁବିଧା ଅଧିକ ସହଜ ହୋଇଛି । ୯୯୨ଟି ସରକାରୀ ଓ ୫୪୮ଟି ଘରୋଇ ପରୀକ୍ଷାଗାର ସମେତ ମୋଟ ୧୫୪୦ଟି ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଉଛି ।

ସମ୍ବନ୍ଧିତ ଖବର