ନୂଆଦିଲ୍ଲୀ: ବ୍ରାଜିଲ୍ ରାଷ୍ଟ୍ରପତି ଜେୟାର ବୋଲ୍ସୋନାରୋ କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ୍ ବିଗିଡ଼ି ଯାଇଥିଲା। ତାଙ୍କୁ ଜ୍ବର ହୋଇଥିବାରୁ ସେ କୋଭିଡ୍ ଟେଷ୍ଟ୍ କରିଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ବ୍ରାଜିଲ୍ରେ ମୋଟ୍ ସଂକ୍ରମଣ ମାମଲା ୧୬ ଲକ୍ଷ ୨୮ ହଜାର ଟପି ଯାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬୫ ହଜାର ଅତିକ୍ରମ କରିଛି। ଭେଣ୍ଟିଲେଟର ଅଭାବ ମଧ୍ୟ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ସେପଟେ ଦକ୍ଷିଣ ଆଫ୍ରିକାରେ ମାମଲା ୨ ଲକ୍ଷ ଟପିଯାଇଛି। ବିଶ୍ବରେ ମୋଟ୍ ୧ କୋଟି ୧୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୫ ଲକ୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି।
ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ କରୋନା
/sambad/media/post_attachments/wp-content/uploads/2020/07/brazil-president.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)