ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ବାସ କରୁଥିବା ଏକ ବିରଳ ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜିର ଦିନରେ ଆଣ୍ଡାମାନରେ ଉକ୍ତ ନିର୍ଦ୍ଦିଷ୍ଟ ବିରଳ ଜନଜାତି ଗୋଷ୍ଠୀର ମାତ୍ର ୫୦ ଜଣ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ଏହି ୧୦ ଜଣ କରୋନା ସଂକ୍ରମିତ ଜନଜାତି ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇ ଫେରିଲେଣି ଓ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଛି। ତେବେ ଏହି ବିରଳ ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଇଂରେଜ ଶାସନ କାଳରେ ଉନ୍ନବିଂଶ ଶତାବ୍ଦୀ ବେଳକୁ ଏହି ଜନଜାତି ଗୋଷ୍ଠୀଙ୍କ ସଂଖ୍ୟା ୫ ହଜାର ଥିଲାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୫୦ ମଧ୍ୟରେ ସୀମିତ ରହିଛି। ସୂଚନାଯୋଗ୍ୟ, ଆଣ୍ଡାମାନ ନିକୋବର ଦ୍ବୀପରେ ମୋଟ ୪ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୨୨୬୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୩୭ ଜଣଙ୍କର ମୃତ୍ୟୁ ହୋଇଛି।
ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା
/sambad/media/post_attachments/wp-content/uploads/2020/08/tribe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)