ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦ୍ବିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ ସେ ଗଣତନ୍ତ୍ର ଦିବସ ଉତ୍ସବରେ ଅଂଶଗ୍ରହଣ କରିପାରିବେ ନାହିଁ। ଆଜି ତାଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ନାଇଡୁ ଟ୍ୱିଟ୍ କରି କହିଛନ୍ତି, ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ହୋମ୍ କ୍ବାରେଣ୍ଟିନ୍ରେ ଅଛନ୍ତି। ଆସନ୍ତା ଏକ ସପ୍ତାହ ସେ ଆଇସୋଲେସନ୍ରେ ରହିବେ। ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜର କୋଭିଡ-୧୯ ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଉପରାଷ୍ଟ୍ରପତିଙ୍କୁ କରୋନା, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବେନି
/sambad/media/post_attachments/wp-content/uploads/2017/11/vice-president.jpg)