ଦିନକରେ ୫୦ ଡାକ୍ତରଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରରେ ଆଜି ପର୍ଯ୍ୟନ୍ତ ଦେଶରେ ୨୪୪ ଜଣ ଡାକ୍ତର ପ୍ରାଣ ହରାଇଲେଣି। ତେବେ ଚିନ୍ତାର ବିଷୟ ହେଲା ଗତ ରବିବାର ଗୋଟିଏ ଦିନରେ ଏହି ମହାମାରୀ ୫୦ ଜଣ ଡାକ୍ତରଙ୍କର ଜୀବନ ନେଇଛି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏହା ଜଣାଯାଇଛି। ଦ୍ବିତୀୟ ଲହରରେ ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ସର୍ବାଧିକ ୬୯ ଜଣଙ୍କର ବିହାରରେ ମୃତ୍ୟୁ ହୋଇଛି। ଏହା ପଛକୁ ଉତ୍ତର ପ୍ରଦେଶରେ ୩୪ ଜଣ, ଦିଲ୍ଲୀରେ ୨୭ ଜଣ ଡାକ୍ତର ମରିଛନ୍ତି।

ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଦୁଇଟି ଯାକ ଟିକା ଡୋଜ୍ ନେଇଥିଲେ। ଆଇଏମଏ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କରୋନାରେ ମୃତ୍ୟୁବରଣ କରିଥିବା ସବୁଠୁ କନିଷ୍ଠ ଡାକ୍ତର ହେଲେ ଡା. ଅନାସ ମୁଜାହିଦ। ତାଙ୍କର ବୟସ ୨୫ ବର୍ଷ। ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡକ୍ଟର ଭାବେ କାର୍ଯ୍ୟ କରୁିଲେ। ସେହିଭଳି ସବୁଠୁ ବୟସ୍କ ଡାକ୍ତର ହେଉଛନ୍ତି ବିଶାଖାପାଟଣାର ଡା ଏସ ସତ୍ୟମୂର୍ତ୍ତି। ତାଙ୍କର ବୟସ ୯୦ ବର୍ଷ ହୋଇଥିବାବେଳେ ସେ ଇଏନଟିର ଜଣେ ଅବସରପ୍ରାପ୍ତ ‌ପ୍ରଫେସର। ତେବେ ଗତବର୍ଷ ପ୍ରଥମ ଲହରରେ ଦେଶରେ ୭୩୦ ଜଣ ଡାକ୍ତରଙ୍କ ପ୍ରାଣ ଯାଇଥିଲା ବୋଲି ଆଇଏମଏ କହିଛି।

ସମ୍ବନ୍ଧିତ ଖବର