ଆୟୁଷ୍ମାନ ଭାରତ ଯୋଜନାରେ କରୋନା ଚିକିତ୍ସା ଅନ୍ତର୍ଭୁକ୍ତ ହେବ: ଏନ୍‌ଏଚ୍‌ଏ

ନୂଆଦିଲ୍ଲୀ : ଆୟୁଷ୍ମାନ୍‌ ଭାରତ ଯୋଜନାରେ କୋଭିଡ୍‌-୧୯ ପରୀକ୍ଷା ଓ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏ) ସୂଚନା ଦେଇଛି। ସରକାର ଖୁବ୍‌ ଶୀଘ୍ର ଏହାକୁ ମଞ୍ଜୁର କରିବା ପରେ କରୋନା ଚିକିତ୍ସା ଓ ପରୀକ୍ଷା ଆୟୁଷ୍ମାନ ଭାରତ ଯୋଜନା (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା)ରେ ସାମିଲ କରାଯିବ ବୋଲି ଏନ୍‌ଏଚ୍‌ଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ କରୋନା ଚିକିତ୍ସା ସାମିଲ ହୋଇଗଲେ ମାଗଣାରେ ୫ ଲକ୍ଷ ଟଙ୍କା କାର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗରିବ କରୋନା ରୋଗୀଙ୍କ ଚିକିତ୍ସା ସମ୍ଭବ ହୋଇପାରିବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୧୦.୭୪ କୋଟି ଗରିବ ଓ ସାମାଜିକ ଆର୍ଥିକ କ୍ଷେତ୍ରରେ ପଛୁଆ ପରିବାରକୁ ସାମିଲ କରାଯାଇଛି। ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଗରିବ ରୋଗୀମାନେ ସୁବିଧା ନେଇ ପାରିବେ।

ସମ୍ବନ୍ଧିତ ଖବର