ନୂଆଦିଲ୍ଲୀ: .ଦେଶରେ କରୋନା ଥମିବାର ନାମ ନେଉ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଆଜି ପୁଣି ପାଖାପାଖି ୭୦,୦୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ,  ଅଗଷ୍ଟ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୦,୪୪,୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୦୫୬୬ ଜଣ ସୁସ୍ଥ ହୋଇଥିବା ବେଳେ  ୫୬୭୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୨୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୬୬୮ ରହିଛି। ଗତ ୨୪ ଘଣ୍ଟାରେ ୯୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୬୭୦୬ ରେ ପହଞ୍ଚିଛି।

Advertisment

LATEST! More Cases Of Coronavirus Reinfections Emerging Among ... Thailand Medical News

ସୂଚନା ମୁତାବକ, ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୨୪ ଘଣ୍ଟାଦନ ୬୯୮୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ପାଖାପାଖି ରହିଛି। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨୨୫୭୭ ଜଣ ସୁସ୍ଥ ହୋଇଥିବା ବେଳେ  ୫୫୭୯୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୮୭୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୭୩୩୦ ରହିଥିଲା। ଗତ ୨୪ ଘଣ୍ଟାରେ ୯୪୫ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୫୭୯୪ରେ ପହଞ୍ଚିଥିଲା।