୨୪ଘଣ୍ଟାରେ ୬୧,୪୦୮ କରୋନା ଆକ୍ରାନ୍ତ ଚିହ୍ନଟ, ୫୭,୪୬୯ ସୁସ୍ଥ

ନୂଆଦିଲ୍ଲୀ: .ଦେଶରେ କରୋନା ଥମିବାର ନାମ ନେଉ ନାହିଁ। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ ଥିଲେ ମଧ୍ୟ ୬୦,୦୦୦ପାର କରିଛି | ଗତ ୨୪ ଘଣ୍ଟା ମଧ୍ୟରେ ଆଜି ୬୧,୪୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧,୦୬,୩୪୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୩୮୦୩୫ଜଣ ସୁସ୍ଥ ହୋଇଥିବା ବେଳେ ୫୭୫୪୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୧,୪୦୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୦୭୭୧ ରହିଛି। ଗତ ୨୪ ଘଣ୍ଟାରେ ୮୩୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୭୫୪୨ ରେ ପହଞ୍ଚିଛି। ଏହା ସହ ୨୪ଘଣ୍ଟାରେ ୫୭,୪୬୯ଜଣ ସୁସ୍ଥ ହୋଇଛନ୍ତି |

Weekly Update: Global Coronavirus Impact and Implications
Counterpoint Research

ସୂଚନା ମୁତାବକ, ଦେଶରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୭୦,୦୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଅଗଷ୍ଟ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୦,୪୪,୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୦୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫୬୭୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୨୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୬୬୮ ରହିଥିଲା। ଗତ ୨୪ ଘଣ୍ଟାରେ ୯୧୨ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ତେବେ ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି |

ସମ୍ବନ୍ଧିତ ଖବର