ଦେଶରେ ରେକର୍ଡ ଭାଙ୍ଗିଲା କରୋନା; ୨୪ଘଣ୍ଟାରେ ୮୬,୪୩୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତ ଧୀରେ ଧୀରେ କରୋନା ବିଶ୍ୱ ମହାମାରୀର କେନ୍ଦ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି । ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି । ଗତ ୨୪ ଘଣ୍ଟାରେ ୮୬ ହଜାରରୁ ଅଧିକ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୦ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୦,୨୩,୧୭୯ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୪୬୩୯୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୯,୫୬୧ ଅନ୍ତର୍ଭୁକ୍ତ । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧,୦୭,୨୨୩ ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୮୬,୪୩୨ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି ଓ ୧୦୮୯ ଜଣ ମୃତ୍ୟୁବରଣ କରିଛନ୍ତି ।

Scientific American

ସୂଚନା ମୁତାବକ, ଗତକାଲି ୨୪ଘଣ୍ଟାରେ  ୮୩,୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହ ୧୦୯୬ଜଣ ମୃତ୍ୟୁବରଣ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୯,୩୬,୭୪୭ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୮,୩୧,୧୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୮,୪୭୨ ରହିଥିଲା। ଏହା ସହ କାଲି ମୃତ୍ୟୁ ସଂଖ୍ୟା ୧,୦୦୦ପାର କରିଥିବା ବେଳେ ଆଜି ମଧ୍ୟ ମୃତ୍ୟୁସଂଖ୍ୟା ୧,୦୦୦ପାର କରିଛି।

ସମ୍ବନ୍ଧିତ ଖବର