ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଦେଶରେ ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି । ଗତ କିଛି ଦିନ ହେଲାଣି କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୨୪ଘଣ୍ଟାରେ ୮୬,୪୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୯୦ହଜାର ପାର କରିଛି। ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୦୬୫ଜଣ ମୃତ୍ୟୁବରଣ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୧ ଲକ୍ଷ ଟପିଛି।  ଆଜି ଦେଶର କରୋନା ମିଟର ୪୧,୧୩,୮୧୧ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୨୩୨୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୭୦,୬୨୬ ରହିଛି । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧୮୦୮୬୫ ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୦,୬୩୨ ନୂଆ ମାମଲା ସାମନାକୁ ଆସିଛି ଓ ୧୦୬୫ ଜଣ ମୃତ୍ୟୁବରଣ କରିଛନ୍ତି।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୦,୨୩,୧୭୯ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୮୪୬୩୯୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୯,୫୬୧ ରହିଥିଲା ।ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧,୦୭,୨୨୩ ରେ ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର