ବଢ଼ିଲା ସଂଖ୍ୟା: ୨୪ଘଣ୍ଟାରେ ୯୦,୮୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୧୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ଦ୍ବିତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି । ଗତ କିଛି ଦିନ ହେଲାଣି କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ତୃତୀୟ ସ୍ଥାନରେ ଥିବା ଭାରତ ଆଜି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଗତକାଲି ୨୪ଘଣ୍ଟାରେ  ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ୯୦,୮୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୦୧୬ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୨ ଲକ୍ଷ ଟପିଛି।  ଆଜି ଦେଶର କରୋନା ମିଟର ୪,୨୦୪,୬୧୩ରେ ପହଞ୍ଚିଛି । ଏହା ମଧ୍ୟରୁ ୮୮୨୫୪୨ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୭୧,୬୪୨ ରହିଛି । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୨୫୦୪୨୯ ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଆଜି ଭାରତରେ ୯୦,୮୦୨ ନୂଆ ମାମଲା ସାମ୍ନକୁ ଆସିଛି।

Forbes

ବିଶ୍ବ ତାଲିକାରେ ଆମେରିକା ପ୍ରଥମ ନମ୍ବରରେ ରହିଥିବା ବେଳେ ଭାରତ ଦ୍ବିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି। ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୪୬୦,୨୫୦ରହିଥିବା ବେଳେ ବ୍ରାଜିଲର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୧୩୭,୬୦୬ ରହିଛି।

ସମ୍ବନ୍ଧିତ ଖବର