୨୪ଘଣ୍ଟାରେ ସର୍ବାଧିକ ୯୬,୫୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧,୨୦୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉପରମୁହାଁ ହେବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ସବୁ ରେକର୍ଡ ଭାଙ୍ଗି ଆକ୍ରାନ୍ତଙ୍କ ସଂଖ୍ୟା ୯୫,୦୦୦ପାର କରିଥିବା ବେଳେ ଆଜି ୯୬,୦୦୦ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୨୪ଘଣ୍ଟାରେ ୯୫,୭୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ୯୬,୫୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ୧,୨୦୦ପାର କରିଛି।

ସେପ୍ଟେମ୍ବର ୧୧ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୫, ୬୨,୪୧୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୫,୪୨,୬୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୭୬, ୨୭୧ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୯୬,୫୫୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୩୪୮୦ ରହିଛି। ୨୪ ଘଣ୍ଟାରେ ୧,୨୦୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

One new case of Covid-19 in New Zealand today | RNZ News
RNZ

ସୂଚନା ମୁତାବକ, ଗତକାଲି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୪, ୬୫,୮୬୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୩୪,୭୧,୭୮୩ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥି‌ଲେ। ବାକି ୭୫, ୦୬୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୯୫,୭୩୫ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯୦୧୮ ରହିଥିଲା। ୨୪ ଘଣ୍ଟାରେ ୧,୧୭୨ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର