୨୪ଘଣ୍ଟାରେ ୯୩,୩୩୭କରୋନା ଆକ୍ରାନ୍ତ ଚିହ୍ନଟ,୧୨୪୭ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ୫୩ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ବଢ଼ୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଆକ୍ରାନ୍ତ ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ୨୪ଘଣ୍ଟାରେ ୯୩,୩୩୭କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫୮୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହ ୧୨୪୭ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୩,୦୮,୦୧୪ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୧୩୯୬୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୫,୬୧୯ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୨,୦୮୪,୩୧ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୧% ରହିଥିବା ବେଳେ ଆରୋଗ୍ୟ ହାର ୭୯.୨୮% ରହିଛି।

Weekly Update: Global Coronavirus Impact and Implications
Counterpoint Research

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୨,୧୪,୬୭୭ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୧୦୧୭୭୫୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୪,୩୭୨ ରହିଥିଲା । ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୧,୧୨୫,୫୧ ରେ ପହଞ୍ଚିଥିଲା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୨% ରହିଥିବା ବେଳେ ଆରୋଗ୍ୟ ହାର ୭୮.୮୬% ରହିଥିଲା।

ସମ୍ବନ୍ଧିତ ଖବର