୨୪ଘଣ୍ଟାରେ ୧,୦୦୦ଟପିଲା ମୃତ୍ୟୁ ସଂଖ୍ୟା, ଚିହ୍ନଟ ହେଲେ ୬୪,୫୫୩ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତକାଲି କରୋନା ଭୂତାଣୁ ନିଜର ପୂର୍ବ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ଆଜି ଏହି ସଂଖ୍ୟା ଟିକେ କମ ରହିଛି। ଗତକାଲି ୨୪ଘଣ୍ଟ‌ାରେ ୬୬,୯୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୬୪,୫୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଅପେକ୍ଷା ଅଧିକ ରହିଛି। ୨୪ ଘଣ୍ଟାରେ ୧୦୦୭ଆକ୍ରାନ୍ତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଏହା ସହ ଅଗଷ୍ଟ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪,୬୧,୧୯୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫୧୫୫୫ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୮୦୪୦ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୪,୫୫୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୫୯୫ ରହିଛି।

Delhi, Maharashtra fail to check COVID-19; SC calls patient care ...
Zee News

ସୂଚନା ମୁତାବକ, ଗତକାଲି ପୂର୍ବ ସବୁ ରେକର୍ଡ ଭାଙ୍ଗିଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିଛି ଦିନ ହେବ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଗତକାଲି ୨୪ଘଣ୍ଟାରେ ୬୬,୯୯୯ଜଣ କରୋନା ଆକ୍ରାନ୍ତଙ୍କ ହୋଇଥିଲେ। ଅଗଷ୍ଟ ୧୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୩,୯୬,୬୩୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୫୯୮୨ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ। ବାକି ୪୭୦୩୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୬,୯୯୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩୬୨୨ରହିଥିଲା। ୨୪ ଘଣ୍ଟାରେ ୯୪୨ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଆଜି ୧୦୦୭ଜଣ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧିତ ଖବର