ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ କିଛିଦିନ ହେଲା ଦେଶରେ ଦୈନିକ ୩୦୦୦ରୁ ଅଧିକ ନୂଆ ଆକ୍ରାନ୍ତ ବାହାରୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ଜଣ ନୂଆ କରୋନା ଭୂତାଣୁ ରୋଗୀ ବାହାରି ଥିବା ବେଳେ ଏହି ମହାମାରୀ ୮୭ ଜଣଙ୍କର ଜୀବନ ନେଇଛି। ଫଳରେ କରୋନା ଭୂତାଣୁ ଯୋଗୁଁ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୨୯୩ରେ ପହଞ୍ଚିଯାଇଛି। ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୫୬ରେ ପହଞ୍ଚିଛି।

ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୦୦୮ଟି ସକ୍ରିୟ ମାମଲା ରହିଥିବାବେଳେ ୨୨୪୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସେହିପରି ୨୨୯୩ ଜଣଙ୍କର ମୃତ୍ୟୁ ଘଟିଛି | ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେଲାଣି। ଏବେ ସୁଦ୍ଧା ଏହି ରାଜ୍ୟରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୦୧ରେ ପହଞ୍ଚିଛି। ଏଠାରେ ୮୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ର ପଛକୁ ଗୁଜରାଟ ରହିଛି।

ଗୁଜରାଟରେ ମୋଟ ୮୫୪୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ୫୧୩ ଜଣଙ୍କର ମୃତ୍ୟୁ ଘଟିଛି | ଦେଶର କେତେକ ସ୍ଥାନରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ଚିହ୍ନଟ ହେଉଥିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର