ଭାରତରେ ସୁସ୍ଥ ହେଲେ ୨୩୦୧ କରୋନା ଆକ୍ରାନ୍ତ, ୫୧୯ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ତାଜା ରିପୋର୍ଟ। ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଭାରତରେ ସର୍ବମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧୬,୧୧୬ରେ ପହଂଚିଛି | କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୨୯୫ଟି ସକ୍ରିୟ କରୋନା ରୋଗୀ ରହିଥିବା ବେଳେ ୨୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଏହା ସହ ମୃତ୍ୟୁ ସଂଖ୍ୟା ୫୧୯ ରେ ପହଁଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି |

ତେବେ ଦିନକୁ ଦିନ କରୋନା ଦ୍ୱାରା କବଳିତ ଲୋକ ସୁସ୍ଥ ହେବାକୁ ଲାଗିଥିବା ବେଳେ କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲଙ୍କ କହିବା ମୁତାବକ, ଦେଶରେ ୭୫୫ଟି ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧,୩୮୯ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗଢ଼ିଉଠିଛି, ଯେଉଁଠାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ |

Karnataka news: No coronavirus emergency declared in state ...

ଏହା ସହ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଇସିଏମଆର ଡକ୍ଟର ରମଣ ଆର ଗଙ୍ଗା-ଖେଡକର କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ୩,୮୬,୭୯୧ ନମୁନା ପରୀକ୍ଷା କରିଛୁ | ଗତକାଲି ୩୭,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯,୨୮୭ଟି ନମୁନା ଆଇସିଏମଆର ନେଟୱାର୍କର ଲ୍ୟାବରେ ଏବଂ ୭,୮୮୬ ନମୁନା ପରୀକ୍ଷା ବେସରକାରୀ ଲ୍ୟାବରେ କରାଯାଇଥିଲା |

ସମ୍ବନ୍ଧିତ ଖବର