ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୨୯,୬୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କରୋନାରେ ୨୪ ଘଣ୍ଟା ମଧ୍ୟ‌ରେ ପୁଣି ୪୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ସୁସ୍ଥ ହୋଇଛନ୍ତି ୪୨,୩୬୩ ଜଣ।

Advertisment

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩,୯୮,୧୦୦ ଓ ଏବେ ସୁଦ୍ଧା ସମୁଦାୟ ସୁସ୍ଥ ହୋଇ ସାରିଲେଣି ୩,୦୬,୨୧,୪୬୯ ଜଣ। ନୂତନ ମୃତକଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏଯାବତ୍‌ କରୋନାରେ ସମୁଦାୟ ୪,୨୧,୩୮୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

ଦେଶରେ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣକୁ ଅଗ୍ରାଧିକାର ଦିଆ ଯାଉଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣଙ୍କୁ ଟିକା ଦିଆ ସରିଲାଣି।