ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୫୨,୦୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩୮୯୩୮ ଛୁଇଁଲା

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮,୫୫,୭୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟାରେ ୫୨,୦୫୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩୦୫୦୯ ଜଣ ସୁସ୍ଥ ହୋଇଛନ୍ତି। ବାକି ୩୮୯୩୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୨,୦୫୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୨୯୮ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୮ ଜଣ, ଆନ୍ଧ୍ରପ୍ରଦେଶରେ ୧୪୭୪ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୦୫ ଜଣ, ବିହାରରେ ୩୨୯ ଜଣ, ଚଣ୍ଡିଗଡ଼ରେ ୧୯ ଜଣ, ଛତିଶଗଡ଼ରେ ୫୮ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୦୪ ଜଣ, ଗୋଆରେ ୫୩ ଜଣ, ଗୁଜରାଟରେ ୨୪୮୬ ଜଣ, ହରିୟାଣାରେ ୪୩୩ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୯୬ଜଣ, ଝାଡ଼ଖଣ୍ଡରେ ୧୧୮ ଜଣ, କର୍ଣ୍ଣାଟକରେ ୨୪୯୬ଜଣ, କେରଳରେ ୮୨ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୮୬ ଜଣ, ମହାରାଷ୍ଟ୍ରରେ ୧୫୫୭୬ଜଣ, ମଣିପୁର ୭, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୯୭ ଜଣ, ପୁଦ୍ଦୁଚେରୀରେ ୫୨ ଜଣ, ପଞ୍ଜାବରେ ୪୨୩ ଜଣ, ରାଜସ୍ଥାନରେ ୭୦୩ ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୪୧୩୨ ଜଣ, ତେଲେଙ୍ଗାନାରେ ୫୩୦ ଜଣ, ତ୍ରିପୁରାରେ ୨୭ଜଣ, ଉତ୍ତରାଖଣ୍ଡରେ ୮୬ଜଣ, ଉତ୍ତରପ୍ରଦେଶରେ ୧୭୩୦ ଜଣ ଏବଂ ପଶ୍ଚମବଙ୍ଗରେ ୧୬୭୮ ଜଣ ।

Condition of 8 infected Indians on board quarantined cruise ship ...
New Indian Express

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୪୮୪, ଆନ୍ଧ୍ରପ୍ରଦେଶ ୭୪୪୦୪, ଅରୁଣାଚଳ ପ୍ରଦେଶ ୬୯୯, ଆସାମ ୧୦୪୧୫, ବିହାର ୨୦୩୦୬, ଚଣ୍ଡିଗଡ଼ ୪୦୦, ଛତିଶଗଡ଼ ୨୪୮୨, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୪୧୬, ଦିଲ୍ଲୀ ୧୦୩୫୬, ଗୋଆ ୧୮୦୯, ଗୁଜରାଟ ୧୪୫୭୨, ହରିୟାଣା ୬୩୯୬, ହିମାଚଳ ପ୍ରଦେଶ ୧୧୩୦, ଜମ୍ମୁ ଓ କଶ୍ମୀର ୭୮୯୩, ଝାଡ଼ଖଣ୍ଡ ୭୭୨୩, କର୍ଣ୍ଣାଟକ ୭୪୫୯୮, କେରଳ ୧୧୩୬୬, ଲଦାଖ ୩୫୧, ମଧ୍ୟପ୍ରଦେଶ ୯୦୯୯, ମହାରାଷ୍ଟ୍ର ୧୪୮୮୪୩, ମଣିପୁର ୧୦୮୭, ମେଘାଳୟ ୬୦୫, ମିଜୋରାମ ୨୨୪, ନାଗାଲାଣ୍ଡ ୧୨୮୨, ଓଡ଼ିଶା ୧୨୭୬୧, ପୁଦ୍ଦୁଚେରୀ ୧୪୪୫, ପଞ୍ଜାବ ୫୯୬୪, ରାଜସ୍ଥାନ ୧୨୩୯୧, ସିକିମ୍ ୩୬୮, ତାମିଲନାଡୁ ୫୬୯୯୮, ତେଲେଙ୍ଗାନା ୧୮୫୪୭, ତ୍ରିପୁରା ୧୭୪୨, ଉତ୍ତରାଖଣ୍ଡ ୩୦୭୦, ଉତ୍ତରପ୍ରଦେଶ ୩୮୦୨୩ ଓ ପଶ୍ଚିମବଙ୍ଗ ୨୧୧୦୮।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୨୪୨, ଆନ୍ଧ୍ରପ୍ରଦେଶ ୮୨୮୮୬, ଅରୁଣାଚଳ ପ୍ରଦେଶ ୯୯୬, ଆସାମ ୩୨୩୮୪, ବିହାର ୩୬୩୮୯, ଚଣ୍ଡିଗଡ଼ ୬୯୮, ଛତିଶଗଡ଼ ୬୯୯୧, ଦାଦର ନଗର ହାୱେଲି ୭୬୬, ଦିଲ୍ଲୀ ୧୨୩୩୧୭, ଗୋଆ ୪୬୬୮, ଗୁଜରାଟ ୪୬୫୦୪, ହରିୟାଣା ୨୯୬୯୦, ହିମାଚଳ ପ୍ରଦେଶ ୧୫୫୯, ଜମ୍ମୁ ଓ କଶ୍ମୀର ୧୩୧୨୭, ଝାଡ଼ଖଣ୍ଡ ୪୬୮୨, କର୍ଣ୍ଣାଟକ ୫୭୭୨୫, କେରଳ ୧୪୪୬୩, ଲଦାଖ ୧୮୦୮, ମଧ୍ୟପ୍ରଦେଶ ୨୩୫୫୦, ମହାରାଷ୍ଟ୍ର ୨୭୬୮୦୯, ମଣିପୁର ୧୭୩୭, ମେଘାଳୟ ୨୬୪, ମିଜୋରାମ ୨୫୮, ନାଗାଲାଣ୍ଡ୍ ୬୪୮, ଓଡ଼ିଶା ୨୧୯୫୫, ପୁଦ୍ଦୁଚେରୀ ୨୩୦୯, ପଞ୍ଜାବ ୧୧୪୬୬, ରାଜସ୍ଥାନ ୩୦୭୧୦, ସିକିମ୍ ୨୮୯, ତାମିଲନାଡୁ ୧୯୬୪୮୩, ତେଲେଙ୍ଗାନା ୪୭୫୯୦, ତ୍ରିପୁରା ୩୬୦୫, ଉତ୍ତରାଖଣ୍ଡ ୪୪୩୭, ଉତ୍ତରପ୍ରଦେଶ ୫୧୬୮ ଓ ପଶ୍ଚିମବଙ୍ଗ ୫୨୭୩୦।

ସମ୍ବନ୍ଧିତ ଖବର