ନୂଆଦିଲ୍ଳୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୬ ହଜାର ୨୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୮୩ ଲକ୍ଷ ୧୩ ହଜାର ୮୭୭ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
With 46,254 new #COVID19 infections, India’s total cases surge to 83,13,877. With 514 new deaths, toll mounts to 1,23,611.
Total active cases are 5,33,787 after a decrease of 7,618 in last 24 hrs.
Total cured cases are 76,56,478 with 53,357 new discharges in the last 24 hrs. pic.twitter.com/PBNZXQKI3V
— ANI (@ANI) November 4, 2020
ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୬ ଲକ୍ଷ ୫୬ ହଜାର ୪୭୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୫୩ ହଜାର ୩୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫ ଲକ୍ଷ ୩୩ ହଜାର ୭୮୭ ଜଣ।
Total samples tested up to 3rd November is 11,29,98,959 including 12,09,609 samples tested yesterday: Indian Council of Medical Research pic.twitter.com/bUSCSVgczT
— ANI (@ANI) November 4, 2020
ସେହିପରି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ୦୯ ହଜାର ୬୦୯ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧ କୋଟି ୨୯ ଲକ୍ଷ ୯୮ ହଜାର ୯୫୯ ନମୁନା ପରୀକ୍ଷା ହୋଇ ସାରିଲାଣି।