ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା

ପାଟନା: ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା | ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବାବଦରେ ଘୋଷଣା କରିଛନ୍ତି | ସୂଚନା ଥାଉ କି ନିର୍ବାଚନ ବେଳେ ବିଜେପି ପକ୍ଷରୁ ମାଗଣାରେ ଟିକା ଦେବା ନେଇ ଘୋଷଣା କରାଯାଇଥିଲା | ଆଉ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ସମସ୍ତ ବିହାରବାସୀଙ୍କୁ କରୋନା ଟିକା ମାଗଣାରେ ପ୍ରଦାନ କରିବାକୁ ଅନୁମୋଦନ ମିଳିଛି ।

ସେହିପରି କ୍ୟାବିନେଟ ବୈଠକରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୨୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି | ରାଜ୍ୟ କ୍ୟାବିନେଟରୁ ଅନୁମୋଦନ ପାଇବା ପରେ ବର୍ତ୍ତମାନ ନିଶ୍ଚିତ ହୋଇଛି ଯେ ଯେତେବେଳେ ବି କୋଭିଡ -୧୯ ଟିକା ଦେଶରେ ଆସିବ, ରାଜ୍ୟ ସରକାର ଏହାକୁ ବିହାରର ଲୋକଙ୍କୁ ମାଗଣାରେ ଯୋଗାଇ ଦେବେ।

ସୂଚନା ଥାଉ କି ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା, ଯାହାକି ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଭୋଟରଙ୍କୁ ପ୍ରତିଶୃତି ଦିଆଯାଇଥିଲା | ନିର୍ବାଚନ ସମୟରେ ୧୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ମାଗଣାରେ କୋଭିଡ ଟିକା ଦେବା ନେଇ ପ୍ରତିଶୃତି ଦିଆଯାଇଥିଲା |

ସମ୍ବନ୍ଧିତ ଖବର