‌ହୋଟେଲ ପ୍ୟାକେଜ୍‌ରେ କରୋନା ଟିକା, କାର୍ଯ୍ୟାନୁଷ୍ଠାନ ପାଇଁ ‌ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ଏବଂ ବିଳାସପୂର୍ଣ୍ଣ ହୋଟେଲ ଗୁଡ଼ିକ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କିଛି ଘରୋଇ ହସ୍ପିଟାଲ ଟିକାକରଣ ନିୟମକୁ ପୂରାପୂରି ଉଲ୍ଲଂଘନ କରୁଛନ୍ତି। ବିଳାସପୂର୍ଣ୍ଣ ହୋଟେଲ ସହ ମିଶି ସେମାନେ ‌ଯାତ୍ରୀଙ୍କୁ କରୋନା ଟିକା ପ୍ୟାକେଜ୍ ପ୍ରଦାନ କରୁଛନ୍ତି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛି। କୋଭିଡ ନିୟମାବଳି ଉଲ୍ଲଂଘନ କରୁଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ବିଳାସପୂର୍ଣ୍ଣ ହୋଟେଲ ଗୁଡ଼ିକ ଯାତ୍ରୀଙ୍କୁ ହୋ‌ଟେଲରେ ଛୁଟି କଟାଇବା ପ୍ୟାକେଜ୍ ପ୍ରଦାନ କରୁଛନ୍ତି। ସେଥିରେ ଆରାମଦାୟକ ରହଣି ସହିତ ସ୍ବାସ୍ଥ୍ୟକର ଜଳଖିଆ, ରାତ୍ରଭୋଜନ ସମେତ ପ୍ରତିଷ୍ଠିତ ହସ୍ପିଟାଲର ବିଶେଷଜ୍ଞଙ୍କ ଦ୍ବାରା ଟିକାଦାନ ଭଳି ସୁବିଧା ରହିଛି। ତେବେ ଏହାକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର