‘କୋଭିସିଲ୍‌ଡ’ ଟିକାର ମାନବୀୟ ପରୀକ୍ଷଣ ପାଇଁ ସିରମ ଇନ୍‌ଷ୍ଟିଚ୍ୟୁଟ୍‌କୁ ଅନୁମତି

ନୂଆଦିଲ୍ଲୀ: ‘କୋଭିସିଲ୍‌ଡ’ କୋଭିଡ ଟିକାର ମାନବୀୟ ପରୀକ୍ଷଣ ପାଇଁ ପୁନେର ସିରମ ଇନ୍‌ଷ୍ଟିଚ୍ୟୁଟ୍‌କୁ ଭାରତୀୟ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଦେଶର ୧୭ଟି ଅଞ୍ଚଳରୁ ମୋଟ ୧୬୦୦ ବ୍ୟକ୍ତିଙ୍କ ଶରୀରରେ ଏହି ଟିକାର ମାନବୀୟ ପରୀକ୍ଷଣ କରାଯିବ। ଦିଲ୍ଲୀ ଏମ୍‌ସ ସମେତ ପୁନେର ବି.ଜେ ‌‌ମେଡିକାଲ କଲେଜ, ପାଟନାର ରାଜେନ୍ଦ୍ର ମେମୋରିଆଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସ ଭଳି ଅନୁଷ୍ଠାନରେ ଏହି ଟିକାର ପରୀକ୍ଷଣ କରାଯିବ। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବ୍ରିଟେନ୍‌ର ଜିନର୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ) ଏବଂ ବ୍ରିଟିଶ-ସ୍ବିଡେନ ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ସହାୟତାରେ ଏହି କୋଭିଡ ଟିକାର ବିକାଶ କରିଛି। କମ୍ପାନି ପର୍ଯ୍ୟାପ୍ତ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହି ଟିକାର ମୂଲ୍ୟ ୧୦୦୦ ଟଙ୍କା‌ରୁ କମ୍‌ ରହିବ ‌ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର