ଵାସିଂଟନ: ଭବିଷ୍ୟତରେ କୌଣସି କୋଭିଡ୍-୧୯ ଟିକାକୁ ଆମେରିକା ସରକାର ସର୍ବସାଧାରଣଙ୍କ ପାଇଁ ବାଧ୍ୟତାମୂଳକ କରିବେନି। ତେବେ ଆଞ୍ଚଳିକ ସ୍ତରରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଶିଶୁଙ୍କ ପରି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କରାଯାଇପାରେ ବୋଲି ଦେଶର ଶୀର୍ଷ ସଂକ୍ରାମକ ରୋଗ ଅଧିକାରୀ ଡା. ଆନ୍ଥୋନି ଫୌସି ସ୍ପଷ୍ଟ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଯେପରି କୌଣସି ରୋଗୀଙ୍କୁ ସେବା କରିବା ଆଗରୁ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ନିହାତି ଫ୍ଲୁ ଟିକା ନେବା ବାଧ୍ୟ, ସେହିପରି ଏ କ୍ଷେତ୍ରରେ ମଧ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏ ପ୍ରକାର ଟିକାକରଣ ଅପରିହାର୍ଯ୍ୟ ହୋଇପାରେ। ମାତ୍ର ସାଧାରଣ ଲୋକଙ୍କୁ ଏଥିରେ ସାମିଲ ହେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ତେବେ ଆମେରିକାରେ ସରକାରୀ ପ୍ରକ୍ରିୟାର ବିକେନ୍ଦ୍ରୀକରଣ ଏବଂ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ମନରେ ବସା ବାନ୍ଧିଥିବା ଟିକାବିରୋଧୀ ମନୋଭାବ ଯୋଗୁଁ ଏପରି ଟିକାକରଣ ବାଧ୍ୟତାମୂଳକ କରାଯିବାର ସମ୍ଭାବନା କମ୍। ତେବେ ଏହା ଠିକ୍ ନୁହେଁ ବୋଲି ଡା. ଫୌସୀ ମଧ୍ୟ ସ୍ବୀକାର କରିଛନ୍ତି। ତଥାପି ଦେଶରେ କୋଭିଡ୍ ଟିକାର ମାଗଣା ବଣ୍ଟନ ପାଇଁ ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଛଅଟି କମ୍ପାନିଠାରୁ ୧୦ କୋଟି ଟିକା ଖରିଦ କରିବାକୁ ଚୁକ୍ତି କରି ସାରିଲେଣି।
ଆମେରିକାରେ କରୋନା ଟିକା ବାଧ୍ୟତାମୂଳକ ହେବନି: ଡା. ଫୌସି
/sambad/media/post_attachments/wp-content/uploads/2020/08/h1n1-vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)