ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା, ଆମେରିକାରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଲା

ନ୍ୟୁୟର୍କ: ଆମେରିକାରେ କରୋନା ପ୍ରକୋପ ଥମିବାର ନାମ ନେଉନାହିଁ। ଏଠାରେ କରୋନା ମୃତ୍ୟୁ ସଂଖ୍ୟା ଆଜି ୧୯ରେ ପହଞ୍ଚିଛି ଏବଂ ଅନେକ ନୂଆ ମାମଲା ଚିହ୍ନଟ ହୋଇଛି। ନ୍ୟୁୟର୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଆମେରିକାର ପ୍ରାୟ ଅଧା ରାଜ୍ୟରେ କରୋନା ପହଞ୍ଚି ସାରିଛି ଏବଂ ସହରାଞ୍ଚଳରେ ଏହାକୁ ନେଇ ଆତଙ୍କ ‌ଲାଗି ରହିଛି। ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ୱାସିଂଟନର ଏକ ନର୍ସିଂ କେନ୍ଦ୍ରରେ କରୋନା ବ୍ୟାପିବା ପରେ ସଂପୃକ୍ତ ଅଂଚଳକୁ ସିଲ୍‌ କରାଯାଇଛି। ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା ପରେ ଅଧିକାଂଶ ସ୍ଥାନରେ ନାଗରିକଙ୍କ ଯାତାୟତ ଉପରେ କଟକଣା ଲାଗିଛି। କରୋନା ମୁକାବିଲା ଦିଗରେ ସମସ୍ତ ନାଗରିକ ସହଯୋଗ କରିବାକୁ ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର