ବାୟୁରେ ୪ମିଟର ଯାଇପାରେ କରୋନା ଭୂତାଣୁ, ସ୍ବାଇନ ଫ୍ଲୁଠାରୁ ୧୦ ଗୁଣ ମାରାତ୍ମକ

ସିଙ୍ଗାପୁର: ମହାମାରୀ କୋଭିଡ୍–୧୯ କବଳରୁ ନିସ୍ତାର ପାଇବା ପାଇଁ ଏବେ ସାରା ବିଶ୍ବରେ ବିକଳ୍ପ ଉପାୟମାନ ଖୋଜା ଚାଲିଥିବା ବେଳେ ଏ ସଂକ୍ରାନ୍ତ ନୂଆନୂଆ ଖବର ଅଧିକ ବିଚଳିତ କରିଦେଉଛିା କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିବା ଚୀନ୍‌ର ଉହାନ୍ ସହର ସ୍ଥିତ ବିଭିନ୍ନ ହସ୍ପିଟାଲ୍ ୱାର୍ଡ ଏବଂ ଆଇସିୟୁରେ ଚିକିତ୍ସାଧୀନ ଥିବା କୋଭିଡ୍ ଆକ୍ରାନ୍ତଙ୍କ ଉପରେ ଅନୁଧ୍ୟାନ କରି ଏହାର ସଂକ୍ରମଣ ସମ୍ପର୍କରେ ନୂତନ ତଥ୍ୟ ସାମନାକୁ ଆସିଛିା ଏହି ଘାତକ ଭୂତାଣୁ ବାୟୁମଣ୍ତଳରେ ଦୀର୍ଘ ୪ ମିଟର ପର୍ଯ୍ୟନ୍ତ ସଂକ୍ରମିତ ହୋଇପାରିବ ବୋଲି ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛିା କୋଭିଡ-୧୯ ସ୍ବାଇନ୍‌ ଫ୍ଲୁଠାରୁ ୧୦ ଗୁଣ ମାରାତ୍ମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ମାସ୍କ, ଗ୍ଲୋଭ୍ସ ଓ ଆପ୍ରନ୍ ପରି ବିଭିନ୍ନ ପ୍ରକାର ସଂକ୍ରମଣ ନିରୋଧୀ ସରଞ୍ଜାମ ବ୍ୟବହାର କରି ସୁଦ୍ଧା କରୋନା ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ସଂକ୍ରମଣ ଆଶଙ୍କା ଅଧିକ ବୋଲି ଏହି ଅଧ୍ୟୟନରେ କୁହାଯାଇଛିା ଅପରପକ୍ଷେ, ବାୟୁମଣ୍ତଳରେ ଉକ୍ତ ଭୂତାଣୁର ଜୈବିକ ଉପାଦାନର ଉପସ୍ଥିତି ଯଦିଓ ଏହା ତୀବ୍ର ସଂକ୍ରମଣକ୍ଷମ ବୋଲି ସ୍ପଷ୍ଟହୋଇନାହିଁ, ତେବେ ଏହାର ସଂକ୍ରମଣ କିପରି ବ୍ୟାପକ ହୋଇଥାଏ ଏବଂ ତହିଁରୁ କିପରି ସ୍ବାସ୍ଥ୍ୟକର୍ମୀମାନେ ନିଜକୁ ସୁରକ୍ଷିତ ରଖିପାରିବେ ସେ ସଂକ୍ରାନ୍ତରେ ଏକ ପ୍ରମାଣସିଦ୍ଧ ନିର୍ଯାସ ମିଳିପାରିଛିା ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଦ୍ବାରା ପ୍ରସ୍ତୁତ ଏମର୍ଜିଂ ଇନ୍ଫେକ୍ଟିଅସ୍‌ ଡିଜିଜ୍ ନାମକ ସ୍ବାସ୍ଥ୍ୟଭିତ୍ତିକ ପତ୍ରିକାରେ ଏ ବିଷୟରେ ସବିଶେଷ ବିବରଣୀ ପ୍ରକାଶ ପାଇଛିା

ପ୍ରକାଶିତ ତଥ୍ୟାନୁସାରେ, କୋଭିଡ୍–୧୯ର କାରଣ ସାଜିଥିବା ସାର୍ସ–ସିଓଭି–୨ ନାମକ ଭୂତାଣୁର ଜୈବିକ ଉପାଦାନ ଉହାନ୍‌ର ଉକ୍ତ ଡାକ୍ତରଖାନାର ବାୟୁମଣ୍ତଳରେ ଠାବ କରାଯାଇଛିା ହସ୍ପିଟାଲ୍ର ବିଭିନ୍ନ ୱାର୍ଡ ଓ ଆସିୟୁର ରୋଗୀମାନଙ୍କ ଠାରୁ ୪ ମିଟର ଯାଏ ସଂଲଗ୍ନ ବାୟୁମଣ୍ତଳରେ ଏହି ଉପାଦାନଗୁଡି଼କୁ ଚିହ୍ନଟ କରାଯାଇଛିା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡ୍ ଆକ୍ରାନ୍ତ ରୋଗୀଠାରୁ ସଂକ୍ରମଣ ନହେବା ପାଇଁ ୧ ମିଟର ପର୍ଯ୍ୟନ୍ତ ଦୂରତ୍ବ ବଜାୟ ରଖିବାକୁ ପରାମର୍ଶ ଦେଇଥିବା ବେଳେ ଏହାର ୪ ଗୁଣ ଦୂରରେ ଏପରି ଜୈବିକ ଉପାଦାନ ମିଳିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ବିବ୍ରତ କରିଛିା ବିଶେଷ କରି ଏହି ଜୈବିକ ଉପାଦାନର ଗାଡ଼ତା ଆସିୟୁଗୁଡି଼କ ନିକଟରେ ସର୍ବାଧିକ ଥିବା ଜଣାଯାଇଛିା ସେହିପରି ହସ୍ପିଟାଲ୍ର ବିଭିନ୍ନ ୱାର୍ଡ ଚଟାଣରେ ମଧ୍ୟ ଏହି ଜୈବିକ ଉପାଦାନର ସାନ୍ଦ୍ର ପରିମାଣ ଦେଖିବାକୁ ମିଳିଛିା ସବୁଠାରୁ ଗମ୍ଭୀର ବିଷୟ ହେଲା, ଆଇସିୟୁମାନଙ୍କରେ କର୍ତ୍ତବ୍ୟରତ ସ୍ବାସ୍ଥ୍ୟକର୍ମୀମାନଙ୍କ ଅର୍ଧାଧିକ ଜୋତାରେ ଏହି ଉପାଦାନକୁ ଠାବ କରାଯାଇଛିା ସୁତରାଂ ଡାକ୍ତରଖାନାରେ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କ ଜୋତା ହିଁ ସଂକ୍ରମଣରେ ସକ୍ରିୟ ଭୂମିକା ନିଭାଇଥିବା ଅନୁମାନ କରାଯାଉଛିା ସେହିପରି ହସ୍ପିଟାଲରେ ବାରମ୍ବାର ଛୁଆଁଯାଉଥିବା କବାଟ ହ୍ୟାଣ୍ତଲ, ରୋଗୀଶଯ୍ୟାର ରେଲିଂ, ବର୍ଜ୍ୟବସ୍ତୁ ଡବାର ଘୋଡ଼ଣି ଏବଂ କମ୍ପ୍ୟୁଟର ମାଉସ୍‌ ଆଦିରେ ମଧ୍ୟ ବହୁ ପରିମାଣର ଭୂତାଣୁ ଉପାଦାନ ମିଳିଛିା ମୋଟାମୋଟି ଭାବେ କୋଭିଡ୍–୧୯ ୱାର୍ଡରେ ରହିଥିବା ବିଭିନ୍ନ ସାମଗ୍ରୀ ସମେତ ସଂଲଗ୍ନ ବାୟୁମଣ୍ତଳ ହିଁ ସାର୍ସ–ସିଓଭି–୨ଦ୍ବାରା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛିା ତେଣୁ ସେସବୁକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକର୍ମୀମାନେ କିପରି ସୁରକ୍ଷିତ ଭାବେ ଚିକିତ୍ସା ଯୋଗାଇଦେବେ, ତାହା ନିଶ୍ଚିତ କରାଯାଇପାରିବା । ଏହା ଦ୍ବାରା ସ୍ବାସ୍ଥ୍ୟକର୍ମୀମାନଙ୍କ ଅଲକ୍ଷ୍ୟରେ ସଂଘଟିତ ସଂକ୍ରମଣକୁ ରୋକାଯିବା ସହ ଚିକିତ୍ସା ସେବା ପାଇଁ ସେମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ହେବ ବୋଲି ଦିଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଜିନୋମିକ୍ସ ଆଣ୍ତ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ନିେର୍ଦ୍ଦଶକ ଡା. ଅନୁରାଗ ଆଗ୍ରୱାଲ୍ କହିଛନ୍ତିା

ସମ୍ବନ୍ଧିତ ଖବର