କରୋନା ଭାଇରସ୍‌: ରାଜ୍ୟରେ ୬୨ ଜଣଙ୍କୁ ପୃଥକ ଭାବେ ପର୍ଯ୍ୟବେକ୍ଷଣରେ ରଖାଯାଇଛି

ଭୁବନେଶ୍ବର: କରୋନା ଭାଇରସ୍‌ ଲକ୍ଷଣ ଦେଖା ଦେବା ପରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ରେ ପ୍ରାୟ ୬୨ ଜଣଙ୍କୁ ପୃଥକ ଭାବେ ରଖାଯାଇଛି। ଏହି ମାରାତ୍ମକ ଭାଇରସ୍‌ ଆକ୍ରାନ୍ତ ସନ୍ଦେହରେ ପୃଥକ ଭାବେ ଚିକିତ୍ସା କରାଯାଉଥିବା ରୋଗୀମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ଏ ନେଇ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାନୁଆରି ୧୫ ତାରିଖ ପରେ କରୋନାର ଦେଶ ଚୀନରୁ ଫେରିଥିବା ୯୩ ଜଣ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କ ଭିତରେ ଭାଇରସ୍‌ର ସଂକ୍ରମଣ ଆଶଙ୍କା ରହିଛି ସେମାନଙ୍କୁ ହିଁ ପୃଥକ ଭାବେ ଚିକିତ୍ସା କରାଯାଉଛି।

The Conversation

ରାଜ୍ୟ ସରକାରଙ୍କ  ସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସକ୍ରିୟ ରହି ୦୬୭୪-୨୩୯୦୪୬୬ ନମ୍ବର ଜରିଆରେ କରୋନା ସମ୍ବନ୍ଧିତ ସମସ୍ତ ତଥ୍ୟ ଲୋକମାନଙ୍କୁ ଯୋଗାଇ ଦେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆହୁରି ବି କୁହାଯାଇଛି ଯେ, ଯେହେତୁ କରୋନା ପରି ଏକ ମାରାତ୍କକ ଭାଇରସ୍‌ର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ପାରିନାହିଁ ତେଣୁ ବିଭିନ୍ନ ପ୍ରକାର ବାର୍ତ୍ତା ଜରିଆରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। 

୯୩ ଜଣ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ବେଳେ ୬୨ ଜଣଙ୍କୁ ପୃଥକ ଭାବେ ରଖାଯାଇଛି। ୨୮ ଜଣ ଲୋକ ପୃଥକ ୱାର୍ଡରେ ଚିକିତ୍ସା ଶେଷ କରି ସାରିଥିବା ବେଳେ ୩ ଜଣ ଡିସ୍‌ଚାର୍ଜ ହୋଇ ଯାଇଛନ୍ତି ଓ ଆଉ ୩ ଜଣ ନୂଆ କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଏବେ ସୁଦ୍ଧା ସମୁଦାୟ ୭ ଜଣଙ୍କର ନମୂନା ଗ୍ରହଣ କରାଯାଇଛି। ସେମାନେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ବାହାରିଛି।

ସମ୍ବନ୍ଧିତ ଖବର