କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର; ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ ଓ ସିନେମା ହଲ୍ ବନ୍ଦ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଭାରତରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚି ଯାଇଛି। ଏହି କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କରୋନାକୁ ମହାମାରୀ ଘୋଷଣା କରାଯାଇଛି।

CORONA-19: दिल्ली में कोरोना महामारी घोषित, CM केजरीवाल बोले- स्कूल-कॉलेज और सिनेमाहॉल 31 मार्च तक के लिए बंद

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ଘୋଷଣା କରି କହିଛନ୍ତି, ଦିଲ୍ଲୀରେ ସମସ୍ତ ସିନେମାହଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ଯେଉଁ ସ୍କୁଲ ଓ କଲେଜର ପରୀକ୍ଷା ଚାଲି ନାହିଁ, ସେହି ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ମାରାତ୍ମକ କରୋନାଭାଇରସ୍‌କୁ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏଥିସହିତ ହସ୍‌ପିଟାଲ୍‌ରେ ଏହି ମହାମାରୀକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ,  କରୋନାଭାଇରସ୍‌ରୁ ଲୋକମାନେ କିପରି ନିଜକୁ ଦୂରେଇ ରଖିବେ ସେ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନଙ୍କର ବି ଯଥେଷ୍ଟ ସହଯୋଗ ମିଳୁଛି, ଆଗକୁ ବି ଏହି ସହଯୋଗ ଜାରି ରହିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।

 

ତେବେ ଦିଲ୍ଲୀରେ କରୋନାଭାଇରସ୍‌କୁ ମହାମାରୀ ଘୋଷଣା କରାଯିବା ପରେ ରାଷ୍ଟ୍ରପତିଭବନକୁ ସାଧାରଣଲୋକଙ୍କଗସ୍ତକୁ ଆସନ୍ତାକାଲିଠାରୁ ନିଷେଧ କରାଯାଇଛି। ତେବେ ଏହି ନିଷେଧ ଅନ୍ୟାଦେଶ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର