ଜୁନ୍‌ ମଧ୍ୟଭାଗରେ ଭାରତର ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଟପିଯିବ: ଚୀନ୍‌ ବିଶେଷଜ୍ଞ

ନୂଆଦିଲ୍ଲୀ : ଜୁନ୍‌ ମଧ୍ୟଭାଗ ବେଳକୁ ଭାରତରେ ଦୈନିକ ସଂକ୍ରମଣ ମାମଲା ୧୫ ହଜାରରୁ ଅଧିକ ରହିବ। ଭାରତରେ ସଂକ୍ରମଣ ମାମଲା ବଢ଼ି ଚାଲିଥିବାବେଳେ ଚୀନ୍‌ ବିଶେଷଜ୍ଞମାନେ ଆଗାମୀ ଦିନପାଇଁ ଏଭଳି ଆଳକନ କରିଛନ୍ତି। ଉତ୍ତରପଶ୍ଚିମ ଚୀନ୍‌ର ଗାନ୍‌ସୁ ପ୍ରଦେଶ ସ୍ଥିତ ଲାନ୍‌ଝୋ ବିଶ୍ବବିଦ୍ୟାଳୟରେ ବିଶେଷଜ୍ଞମାନେ ଆକଳନ କରିଥିଲେ ଯେ, ଜୁନ୍‌ ୨ ବେଳକୁ ଭାରତରେ ୯ ହଜାରରୁ ଅଧିକ ନୂଆ ମାମଲା ଥିବ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୮,୯୦୮ ମାମଲା ଚିହ୍ନଟ ହୋଇଛି। ଆସନ୍ତା ୪ ଦିନ ମଧ୍ୟରେ ଭାରତରେ ମାମଲା ଯଥାକ୍ରମେ ୯୬୭୬, ୧୦,୦୭୮, ୧୦,୪୯୮ ଏବଂ ୧୦,୯୩୬ ରହିବ ବୋଲି ବିଶେଷଜ୍ଞମ‌ାନେ ଆକଳନ କରିଛନ୍ତି। ଭାରତରେ ଯଦି ଏମିତି ସଂକ୍ରମଣ ବଢ଼ିଚାଲେ ତେବେ ଜୁନ୍‌ ମଧ୍ୟଭାଗ ବେଳକୁ ଭାରତରେ ପ୍ରତିଦିନ ସଂକ୍ରମଣ ମାମଲା ୧୫ ହଜାର ଟପିଯିବ। ଭାରତରେ ଲଗାତାର ୩ ଦିନ ଧରି ମାମଲା ୮ ହଜାରରୁ ଅଧିକ ରହିବା ପରେ ମୋଟ୍‌ ସଂକ୍ରମଣ ମାମଲା ୨ ଲକ୍ଷ ଟପିଯାଇଛି।

ସମ୍ବନ୍ଧିତ ଖବର