କରୋନା ଭାଇରସ୍‌ କ୍ବାରେଣ୍ଟିନ୍‌: ଆଇଟିବିପି ଦିନକୁ ଖର୍ଚ୍ଚ କରୁଛି ୩ ଲକ୍ଷ

ନୂଆଦିଲ୍ଲୀ: କରୋନାଭାଇରସ୍‌ର ମୁକାବିଲା ପାଇଁ ସନ୍ଦିଗ୍ଧ ଏବଂ ଭାଇରସ୍‌ ଆକ୍ରାନ୍ତଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଉଛି। ତେବେ କ୍ବାରେଣ୍ଟିନ୍‌ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଗତ ଫେବ୍ରୁଆରି ୨୭ ତାରିଖରେ ଉହାନ୍‌ରୁ ଫେରିଥିବା ପ୍ରାୟ ୧୧୨ ଜଣଙ୍କୁ ଏବେ ଆଇଟିବିପି କ୍ବାରେଣ୍ଟିନ୍‌ ଫ୍ୟାସିଲିଟିରେ ରଖାଯାଇଛି। ତେବେ ପୂର୍ବରୁ ଫେବ୍ରୁଆରି ୧ ତାରିଖରୁ ଆସିଥିବା ଅନ୍ୟ ଭାରତୀୟଙ୍କ କ୍ବାରେଣ୍ଟିନ୍‌ ପାଇଁ ସମୁଦାୟ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କ୍ବାରେଣ୍ଟିନ୍‌ ପାଇଁ ଆଇଟିବିପି ଦିନକୁ ପ୍ରାୟ ୩ ଲକ୍ଷ ଖର୍ଚ୍ଚ କରୁଛନ୍ତି। କ୍ବାରେଣ୍ଟିନ୍‌ରେ ରୋଗୀମାନଙ୍କ ଖାଦ୍ୟ, ଏନ୍‌୯୫ ଫେସ୍ ମାସ୍କ, ସାନିଟାଇଜର, ରୁଟିନ୍‌ ମେଣ୍ଟେନାନ୍ସ ବାବଦରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ ହେଉଛି। ଏଥିପାଇଁ ପ୍ରତି ସଦସ୍ୟଙ୍କ ପିଛା ଦୈନିକ ପ୍ରାୟ ୧୪୦୦ ଟଙ୍କା ଖର୍ଚ୍ଚ ହେଉଛି। ପ୍ରତି ଲୋକଙ୍କ ପାଇଁ ମିଲ୍‌ ବାବଦରେ ୩୦୦ ଟଙ୍କା ଯାଉଛି। ପ୍ରତି ୬ ଘଣ୍ଟାକୁ ଥରେ ଏନ୍‌-୯୫ ମାସ୍କ ବଦଳାଯାଉଛି।

ସମ୍ବନ୍ଧିତ ଖବର