୭୫ ରାଷ୍ଟ୍ରରେ କରୋନା: ଆମେରିକାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ଫ୍ଲୋରିଡ଼ା, ୱାସିଂଟନ୍ରେ ଏମର୍ଜେନ୍ସି
ବ୍ରିଟେନ୍ ଜାରି କଲା ଆକ୍ସନ୍ ପ୍ଲାନ୍
ନୂଆଦିଲ୍ଲୀ : କରୋନା ଭାଇରସ୍ ଏବେ ଏହାର କାୟା ବିସ୍ତାର କରି ଚୀନ୍ ପରେ ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଛି। ଭାଇରସ୍ ୩୧୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି। ୯୦,୦୦୦ରୁ ଅଧିକ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମାତ୍ର ୩ ଦିନ ମଧ୍ୟରେ ଆମେରିକାରେ କରୋନା ଭାଇରସ୍ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହେବା ବିଷୟ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି। ୱାସିଂଟନ୍ରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଆମେରିକାରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଫ୍ଲୋରିଡ଼ା ଏବଂ ୱାସିଂଟନ୍ରେ ଏବେ ଜରୁରୀ ସ୍ବାସ୍ଥ୍ୟ ସ୍ଥିତି ଘୋଷଣା ହୋଇଛି। ବ୍ରିଟେନ୍ ମଧ୍ୟ କରୋନା ମୁକାବିଲା ପାଇଁ ଆଜି ଅନେକ କଟକଣା ଜାରି କରିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଭାଇରସ୍ ମୁକାବିଲା ଦିଗରେ ଜରୁରୀ ବୈଠକ କରିବା ସହ ‘ଆକ୍ସନ୍ ପ୍ଲାନ୍’ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏବେ ଭିସା କଟକଣାକୁ ଗୁରୁତ୍ବ ଦେବା ସହ ବିମାନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉହାନ୍ ଡାକ୍ତର ଲି’ଙ୍କ ସହକର୍ମୀଙ୍କ ମୃତ୍ୟୁ
ବେଜିଂ: ଚୀନ୍ରେ କରୋନା ଭାଇରସ୍କୁ ପ୍ରଥମେ ଚିହ୍ନଟ କରିଥିବା ଉହାନ୍ ଡାକ୍ତର ଲି ୱେନଲିଆଙ୍ଗ୍ଙ୍କର ଗତ ଫେବ୍ରୁଆରିରେ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ଜଣେ ସହକର୍ମୀ ତଥା ଅନ୍ୟ ଜଣେ ଉହାନ୍ ଡାକ୍ତରଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ୫୭ ବର୍ଷୀୟ ମେ ଝୋଙ୍ଗମିଙ୍ଗ୍ ଉହାନ୍ ସେଣ୍ଟ୍ରାଲ ହସ୍ପିଟାଲ୍ ଚକ୍ଷୁ ବିଭାଗର ଜଣେ ମୁଖ୍ୟ ଡାକ୍ତର ଏବଂ ସେ ଉପନିର୍ଦ୍ଦେଶକ।