କରୋନା ମୃତକଙ୍କଠୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ, ହାହାକାର ଭିତରେ ଆଶାରେଖା

ଯତ୍ନ ଏବଂ ଧୈର୍ଯ୍ୟ ସେମାନଙ୍କୁ ନୂଆ ଜୀବନ ଦେଇଛି

ୱାସିଂଟନ: ଘାତକ କୋଭିଡ୍୧୯ର ବ୍ୟାପକତାକୁ ଅନୁଧ୍ୟାନ କଲେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ଲକ୍ଷେ ୪୮ ହଜାର ଲୋକ ପ୍ରାଣ ହରାଇଛନ୍ତିା ତେବେ ଆଶ୍ବସ୍ତିର ବିଷୟ ହେଲା, ଏହି ସମୟ ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୫୫ ହଜାର ଆରୋଗ୍ୟ ହୋଇସାରିଛନ୍ତି। ମୃତକଙ୍କ ତୁଳନାରେ ଢେର୍ ଅଧିକ ଏପରିକି ୩.୭୫ ଗୁଣ ଲୋକ ଆରୋଗ୍ୟଲାଭ କରିଛନ୍ତିା ନୂଆଜୀବନ ଫେରି ପାଇଥିବା ଲୋକଙ୍କ ସଂଖ୍ୟା ଏ ପରିପ୍ରେକ୍ଷୀରେ ନୂତନ ଆଶାର ସଂଚାର କରିପାରିଛିା ତେବେ ଏଥିପାଇଁ ଆବଶ୍ୟକ ଯତ୍ନଶୀଳତା ଏବଂ ସମୟ ସହ ଧୈର୍ଯ୍ୟରକ୍ଷା ହିଁ ଏଭଳି ସୁଖଦ ଖବର ଆଣିଦେଇଛି ବୋଲି ଜଣାଯାଇଛି। ଏହି ଭୂତାଣୁ ମୁଖ୍ୟତଃ ନାକ କିମ୍ବା ପାଟି ବାଟେ ମନୁଷ୍ୟ ଶରୀରକୁ ପ୍ରବେଶ କରିବା ପରେ ତାହା ଫୁସ୍‌ଫୁସ୍‌ରେ ଥିବା ବାୟୁକଣିକାର ମୁଣି ବା ଆଲ୍ଭିଓଲି ଭିତରେ ରହି ଆସ୍ଥାନ ଜମାଇଥାଏ। ସେଠାରେ ସୁରକ୍ଷିତ ଥାଇ ଫୁସଫୁସର ମୂଳ ଜୀବକୋଷଗୁଡି଼କୁ ଅପହରଣ କରି ସେଗୁଡି଼କ ଲୋପ ପାଇଲା ଯାଏ ନିଜକୁ ବହୁଗୁଣିତ କରିଚାଲେ। ସେଠାରୁ ବହୁ ସଂଖ୍ୟାରେ ଏହି ଭୂତାଣୁ ଧୀରେ ଧୀରେ ଶରୀରର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ପ୍ରତ୍ୟଙ୍ଗଗୁଡି଼କୁ ବ୍ୟାପିଯିବା ସହ ସେଗୁଡି଼କୁ ମଧ୍ୟ ଶିକାର କରିଚାଲନ୍ତି।

ସୂଚନାଯୋଗ୍ୟ ଯେ ୮୦ରୁ ୮୫ ପ୍ରତିଶତ ଆକ୍ରାନ୍ତ ସ୍ବଳ୍ପ କିମ୍ବା ମଧ୍ୟମ ଧରଣ ସଂକ୍ରମଣର ଶିକାର ହୋଇଥିବା ବେଳେ ୧୫ରୁ ୨୦ ପ୍ରତିଶତ ହିଁ ସାଂଘାତିକ ଅବସ୍ଥା ଭୋଗିଥାନ୍ତି। ତେବେ ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ମୁକ୍ତ ହେବା ପାଇଁ ଅତି କମରେ ୬ ସପ୍ତାହ କି ସ୍ଥଳବିଶେଷରେ ମାସ ମାସ ଧରି ଲାଗିଥାଏ। ଅପରପକ୍ଷେ, ସାମାନ୍ୟ ଧରଣର ସଂକ୍ରମଣ ଭୋଗିଥିବା ସିଂହଭାଗ ରୋଗୀଙ୍କ ଠାରେ ସାମାନ୍ୟ କାଶ, ମାଂସପେଶୀରେ ପୀଡ଼ା, ଜ୍ବର କି ଛାତିରେ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦେଇଥାଏ। ସାଧାରଣ ଫ୍ଲୁ ପରି ସେମାନେ ଦୁଇ ସପ୍ତାହ ଭିତରେ ଆରୋଗ୍ୟ ହୋଇପାରିବେ। ସେମାନେ ନିଜକୁ ସଂଗରୋଧରେ ରଖିି ନିଜ ଘରେ ମଧ୍ୟ ସୁସ୍ଥ ହୋଇପାରିବେ। ଅନେକ ମଧ୍ୟ ସଂକ୍ରମିତ ଥିବା ସେତ୍ତ୍ବ କୌଣସି ଲକ୍ଷଣ ଦେଖାଇନଥାନ୍ତି ଏବଂ ସେହିପରି ସେମାନେ ଅସୁସ୍ଥ ଅଛନ୍ତି ବୋଲି ଜାଣିି ନପାରି ମଧ୍ୟ ଅଜାଣତରେ କେଉଁଦିନ ସୁସ୍ଥ ହୋଇପଡି଼ଥିିବେ। ସେହିପରି ମଧ୍ୟମ ଧରଣର ସଂକ୍ରମଣ ଭୋଗିଥିବା ରୋଗୀଙ୍କ ପରିସଂଖ୍ୟାନରୁ ଯାହା ଜଣାପଡି଼ଛି, ଶ୍ବାସକ୍ରିୟାରେ ସାମାନ୍ୟ ସମସ୍ୟା ହେତୁ ସେମାନଙ୍କୁ କିଛି ଦିନ ଡାକ୍ତରଖାନାରେ ଅକ୍ସିଜେନ୍ ସହାୟତାରେ ରହିବାକୁ ପଡି଼ଥାଏ।

ସମ୍ବନ୍ଧିତ ଖବର