ବେଜିଂ: କରୋନା ଭାଇରସ୍ ଏବେ ଚୀନ୍ ବାଦ୍ ଅନ୍ୟ କେତେକ ଦେଶରେ କ୍ଷୀପ୍ର ଗତିରେ ବ୍ୟାପିଲାଣି। ଚୀନ୍ରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କୁହାଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ଥିତି ଜଟିଳ ହେଲାଣି। ଚୀନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୮୮୯ ଥିବାବେଳେ ଆଜି ଏହା ୩୯୭କୁ ଖସି ଆସିଛି। ଚୀନରେ କରୋନା ରୋଗରେ ମୃତ୍ୟୁ ସଂଖ୍ୟା ୨୩୪୫କୁବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬,୨୮୮ରେ ପହଞ୍ଚିଛି। ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୯ ଜଣ କରୋନା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦକ୍ଷିଣ କୋରିଆରେ ସମୁଦାୟ ୪୩୩ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଆହୁରି ୧୦୦୦ରୁ ଅଧିକ ଲୋକଙ୍କଠାରେ ଭାଇରସ୍ ଥିବା ଲକ୍ଷଣ କୁହାଯାଉଛି। ଦକ୍ଷିଣ କୋରିଆର ଦକ୍ଷିଣ ସହର ଡାଗୁରେ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଭାଇରସ୍ ୨ ଜଣଙ୍କ ଜୀବନ ନେଲାଣି। ଡାଗୁ ସହରକୁ ଏକ ପ୍ରକାର ବନ୍ଦ କରାଯାଇଛି। ଦକ୍ଷିଣ କୋରିଆରେ ସମୁଦାୟ ୪ ଜଣ ସାମରିକ ସଦସ୍ୟ ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସାମରିକ ସଦସ୍ୟମାନଙ୍କୁ ସେମାନଙ୍କ ଘାଟି ଛାଡ଼ିବାପାଇଁ ଏବଂ କୌଣସି ପରିଦର୍ଶକଙ୍କୁ ଭେଟିବାପାଇଁ ମନା କରାଯାଇଛି।
ଚିନ୍ତା ପ୍ରକଟ କଲା ଡବ୍ଲ୍ୟୁଏଚ୍ଓ
ନୂଆଦିଲ୍ଲୀ: ଚୀନ୍ ଛଡ଼ା ଅନ୍ୟ ଦେଶରେ କରୋନା ଭାଇରସ୍ ବ୍ୟାପୁଥିବାରୁ ଏଥିପାଇଁ ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଘୋର ଚିନ୍ତା ପ୍ରକଟ କରିଛ। ଚୀନ୍ ଗସ୍ତ ନକରି ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ନଆସି ମଧ୍ୟ କିଛି ଲୋକ ଭାଇରସ୍ ଆକ୍ରାନ୍ତ ହୋଇଥିବାରୁ ଡବ୍ଲ୍ୟୁଏଚ୍ଓ ଚିନ୍ତା ପ୍ରକଟ କରିଛି। ଡବ୍ଲ୍ୟୁଏଚ୍ଓ ନିର୍ଦ୍ଦେଶକ କହିଛନ୍ତି, ଏବେ ବି ଭାଇରସ୍ ରୋକିବାପାଇଁ ସୁଯୋଗ ରହିଛି। ବେଳ ଥାଉ ଥାଉ ଭାଇରସ୍ ମୁକାବିଲା ଦିଗରେ ତୁରନ୍ତ କାମ କରିବାକୁ ପଡ଼ିବ। ନଚେତ୍ ସ୍ଥିତି ସାଂଘାତିକ ହୋଇଗଲେ ଆଉ କିଛି କରିହେବନି ବୋଲି ସେ କହିଛନ୍ତି। ସମାାନ୍ୟ ଲକ୍ଷଣ ଥିବା ୮୦ ପ୍ରତିଶତ ରୋଗୀ ଭଲ ହୋଇ ଯାଉଛନ୍ତି। ୨୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ରେସପାଇରେଟୋରି ସପୋର୍ଟ ମେସିନ୍ ଦରକାର ହେଉଛି। ଅଧିକାଂଶ ଆଫ୍ରିକୀୟ ଦେଶ ଗୁଡ଼ିକରେ ଏହାର ଘୋର ଅଭାବ ରହିଛି। କରୋନା ଭାଇରସ୍ ରୋକିବା ଦିଗରେ କାର୍ଯ୍ୟ କରିବାପାଇଁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଆଫ୍ରିକୀୟ ସଂଘ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/fhj7f98j7fg98j7dg98j7dg98j7dg65j4dg65jdgjdgjdgjdggdjdjggjd.jpg)
