ବ୍ରିଷ୍ଟଲ: କରୋନା ଭାଇରସ୍ ମଣିଷର ଫୁସ୍ଫୁସ୍ର ବାହାରି ବାୟୁମଣ୍ଡଳକୁ ଆସିବାର ୨୦ ମିନିଟ୍ ଭିତରେ ତା’ର ସଂକ୍ରମଣ କ୍ଷମତା ହରାଇଥାଏ ବୋଲି ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି। ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଆପାରେଟସର ବିକାଶ କରିଛନ୍ତି, ଯାହା କ୍ଷୁଦ୍ର ଭୂତାଣୁ-ଯୁକ୍ତ କଣିକା ସୃଷ୍ଟି କରେ ଏବଂ ଏହି କଣିକାଗୁଡ଼ିକୁ ଦୁଇଟି ବୈଦ୍ୟୁତିକ ବଳୟ ଭିତରେ ୫ ସେକେଣ୍ଡରୁ ୨୦ ମିନିଟ ଯାଏ ଧୀରେ ଧୀରେ ବାୟୁରେ ଭାସମାନ ଅବସ୍ଥାକୁ ଛାଡ଼ିଥାଏ। ଏଥି ସହ ପାରିପାର୍ଶ୍ବିକ ତାପମାତ୍ରା, ଆର୍ଦ୍ରତା ଓ ଅତିବାଇଗଣୀ ଆଲୋକର ତୀବ୍ରତାକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ମଧ୍ୟ ଏହି ଆପାରେଟସରେ ଅଛି। ଗବେଷକମାନେ ଦେଖିଲେ ଯେ, ଭୂତାଣୁଯୁକ୍ତ କଣିକାଗୁଡ଼ିକ ଯେତେବେଳେ ଫୁସ୍ଫୁସ୍ର ଅପେକ୍ଷାକୃତ ଆର୍ଦ୍ର ଓ ଅଙ୍ଗାରକାମ୍ଳ-ବହୁଳ ସ୍ଥିତିରୁ ବାହାରକୁ ଆସନ୍ତି, ସେତେବେଳେ ସେମାନେ ଶୁଷ୍କ ହୋଇଯାନ୍ତି। ଅଧିକ ଅଙ୍ଗାରକାମ୍ଳରୁ କମ୍ ଅଙ୍ଗାରକାମ୍ଳଯୁକ୍ତ ପରିବେଶକୁ ଯିବା ପରେ ପିଏଚ୍ ସ୍ତର ବୃଦ୍ଧି ପାଇଥାଏ। ଭୂତାଣୁର ସଂକ୍ରମଣ କ୍ଷମତା ହ୍ରାସ ପାଇବା ନିର୍ଭର କରେ ବାୟୁମଣ୍ଡଳର ଆର୍ଦ୍ରତା ଉପରେ। ଆର୍ଦ୍ରତା ୫୦ ପ୍ରତିଶତ କମ୍ ଥିଲେ ୫ ସେକେଣ୍ଡ ଭିତରେ ଭୂତାଣୁ ତା’ର ସଂକ୍ରମଣ କ୍ଷମତା ଅଧା ହରାଇଥାଏ ଏବଂ ପରବର୍ତ୍ତୀ ୫ ମିନିଟ୍ ଭିତରେ ଆଉ ୧୯ ପ୍ରତିଶତ କ୍ଷମତା ହରାଇଥାଏ। ୯୦ ପ୍ରତିଶତ ଆର୍ଦ୍ରତାରେ ଭୂତାଣୁ ୫ ମିନିଟରେ ୫୨ ପ୍ରତିଶତ ସଂକ୍ରାମକତା ହରାଇଥାଏ ଏବଂ ୨୦ ମିନିଟ ପରେ ପ୍ରାୟ ୧୦ ପ୍ରତିଶତକୁ କମିଯାଇଥାଏ।
୨୦ ମିନିଟ୍ ଭିତରେ ବାୟୁରେ ସଂକ୍ରମଣ କ୍ଷମତା ହରାଉଛି କରୋନା ଭୂତାଣୁ: ଅନୁଧ୍ୟାନ
/sambad/media/post_attachments/wp-content/uploads/2022/01/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)