ଉତ୍ତର କୋରିଆରେ କରୋନା ଭାଇରସ ରୋଗୀକୁ ଚିକିତ୍ସା ପରିବର୍ତ୍ତେ ଗୁଳି ମାରିଦିଆଯାଉଛି

ସିଓଲ : ସାରା ଦୁନିଆକୁ କବଳିତ କରିଚାଲିଛି କରୋନା ଭାଇରସ । ଚୀନରେ ଏହି ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୨୭୮୦ ଲୋକ ପ୍ରାଣ ହରାଇଛନ୍ତି । ଦକ୍ଷିଣ କୋରିଆରେ ମଧ୍ୟ ଏହି ଭାଇରସ ସଂକ୍ରମଣରେ ପ୍ରାୟ ୨୦ ଜଣ ପ୍ରାଣ ହରାଇସାରିଲେଣି । ଏବେ ଉତ୍ତର କୋରିଆକୁ ମଧ୍ୟ ଡେଇଁଛି କରୋନା । ଉତ୍ତର କୋରିଆ ଜଣେ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଭାଇରସ୍ ସଂକ୍ରମଣ ବିଷୟରେ ଜାଣିବା ପରେ ଚିକିତ୍ସା କରାଇବା ପରିବର୍ତ୍ତେ ସରକାର ରୋଗୀକୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ କରୋନା ରୋଗୀକୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଚୀନରୁ ଫେରିଥିବା ଜଣେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା ।

ଅନ୍ୟପକ୍ଷରେ ବିଶ୍ୱ ସ୍ତରରେ କରୋନା ଭାଇରସ ମାନବ ଜାତିଆଗରେ ଏକ ବଡ଼ ସଂକଟଭାବେ ଦେଖାଦେଇଛି । ସମଗ୍ର ବିଶ୍ୱରେ ମୃତ୍ୟୁସଂଖ୍ୟା ୩ ହଜାର ନିକଟବର୍ତ୍ତି ହୋଇଛି । ଏହା ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଚୀନରୁ ବୋଲି ଜଣାପଡ଼ିଛି । ଚୀନରେ ଏବେ ୨୭୮୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଏବେ ପ୍ରାୟ ୮୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ।

ଆଜି ଆୟରଲ୍ୟାଣ୍ଡରେ ପ୍ରଥମ କରୋନା ସଂକ୍ରମଣ ଜଣାପଡ଼ିଛି । ଇରାନରେ କରୋନାଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଗତ ଦିନକ ମଧ୍ୟରେ ଆଉ ୧୧ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସଂଖ୍ୟା ୫୪ରେ ପହଞ୍ଚିଛି । ଆମେରିକା, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡରେ ପ୍ରଥମ କରୋନାଜନିତ ମୃତ୍ୟୁ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର