କରୋନା ମୁକାବିଲା ରଣନୀତି : ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ୧୬ ଏବଂ ୧୭ରେ

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ଉଦ୍‌ବେଗଜନକ ରୂପ ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଜୁନ୍‌ ୧୬ ଏବଂ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିବେ। ଏହା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହେବ। ଦେଶର ସାଂପ୍ରତିକ କୋଭିଡ୍‌ ସ୍ଥିତିରେ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ ଏବଂ ରାଜ୍ୟମାନଙ୍କ ପରାମର୍ଶ ଆଧାରରେ କେନ୍ଦ୍ର ସରକାର ଆଗକୁ ରଣନୀତି ସ୍ଥିର କରିବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ୧୭ ତାରିଖ ଅପରାହ୍ନରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର