ଅହମଦାବାଦ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ଗବେଷକମାନେ ମହାମାରୀ କରୋନା ଭୂତାଣୁ କୋଭିଡ୍–୧୯ର ସାମୂହିକ ଗୁଣସୂତ୍ରୀୟ ଅନୁକ୍ରମ(ଜିନୋମ୍ ସିକ୍ବେନ୍ସ)କୁ ବ୍ୟାଖ୍ୟା କରିବାରେ ସଫଳ ହୋଇଛନ୍ତିା ଦେଶର କୌଣସି ସରକାରୀ ଗବେଷଣାଗାରରେ ଏପରି କୃତିତ୍ବ ହାସଲ କରିବା ବିରଳ ଘଟଣା ବୋଲି କୁହାଯାଇଛିା ସେମାନଙ୍କ ଦ୍ବାରା ପରିବେଷିତ ଏହି ଗୁଣସୂତ୍ରୀୟ ଅନୁକ୍ରମ ବ୍ୟାଖ୍ୟା ହିିଁ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଠାବ କରାଯିବାରେ ପ୍ରମୁଖ ଭୂମିକା ନିଭାଇବା ସହ ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ଟିକା ଏବଂ ଔଷଧର ସଫଳ ପ୍ରୟୋଗ କରାଯାଇପାରିବାର ସମ୍ଭାବନା ସୃଷ୍ଟି କରିଛିା ଏହି ସାମୂହିକ ଗୁଣସୂତ୍ରୀୟ ଅନୁକ୍ରମକୁ ବ୍ୟବହାର କରି କୌଣସି ନିର୍ଦ୍ଦିଷ୍ଟ ଜୈବବସ୍ତୁର ସାମଗ୍ରିକ ଡିଏନ୍ଏ ଅନୁକ୍ରମ ନିର୍ଦ୍ଧାରଣ କରାଯାଇ ପାରିବ, ଯାହା କି ସଂପୃକ୍ତ ବସ୍ତୁର ବଂଶାନୁକ୍ରମିକ ସ୍ଥିତି ସମ୍ପର୍କରେ ବିଶଦ ଧାରଣା ଆଣିପାରିବା ସୁତରାଂ ଏହି କରୋନା ଭୂତାଣୁ ପ୍ରଥମେ କେଉଁଠୁ ବ୍ୟାପିବା ଆରମ୍ଭ କଲା ସେ ସମ୍ପର୍କରେ ନିର୍ଭୁଲ୍ ତଥ୍ୟ ମିଳିଯାଇପାରିବା ଏଥି ସହିତ ଏହାକୁ ପ୍ରତିରୋଧ କରିବା ପାଇଁ ମଧ୍ୟ ଆବଶ୍ୟକ ଟିକା କି ଔଷଧର ସଫଳ ପ୍ରୟୋଗ ହୋଇପାରିବା ସୂଚନାଯୋଗ୍ୟ, ପୂର୍ବରୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍)ର ଗବେଷକମାନେ ଦୁଇଟି ଭାରତୀୟ ପ୍ରଜାତିର ବାଦୁଡି଼ଙ୍କ ଠାରେ କରୋନା ଭୂତାଣୁ ଠାବ କରିଥିଲୋ ସେଥିରୁ ସେମାନେ କରୋନାର ଭୟାବହତା ପାଇଁ ବାଦୁଡି଼ମାନଙ୍କ ଗତିବିଧି ନିରୀକ୍ଷଣ କରିବାକୁ ବିଶ୍ବ ସମୁଦାୟକୁ ପରାମର୍ଶ ଦେଇଥିଲେ ଯାହା କି ଭବିଷ୍ୟତରେ ଏହା ଏକ ମହାମାରୀର ରୂପ ନେଇପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଥିଲୋ ପରିଣତି ସ୍ବରୂପ ଗତ ଡିସେମ୍ବର ମାସରେ ଚୀନ୍ର ଉହାନ ସହରରେ ଦେଖାଦେଇଥିବା ଏହି କରୋନା ମହାମାରୀ ଆଜି ସୁଦ୍ଧା ସାରା ବିଶ୍ବରେ ୨୧ ଲକ୍ଷଙ୍କୁ ସଂକ୍ରମିତ ହେବା ସହ ଲକ୍ଷେ ୩୬ ହଜାର ଜୀବନ ନେଇସାରିଲାଣିା ଏ ପରିପ୍ରେକ୍ଷୀରେ ଗୁଜରାଟ ବୈଜ୍ଞାନିକମାନଙ୍କ ଏହି ସଦ୍ୟ ଗବେଷଣାର ନିର୍ଯାସ ଆଗାମୀ ଭବିଷ୍ୟତ ପାଇଁ ଅନେକ ଗୁରୁତ୍ବ ବହନ କରୁଛିା
ଗୁଜରାଟ ବୈଜ୍ଞାନିକଙ୍କ କୃତିତ୍ବ: ବ୍ୟାଖ୍ୟା କଲେ କୋଭିଡ୍-୧୯ର, ଗୁଣସୂତ୍ରୀୟ ଅନୁକ୍ରମ
ଠାବ କରିହେବ କରୋନାର ଉତ୍ପତ୍ତି
/sambad/media/post_attachments/wp-content/uploads/2020/04/thumb-78.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)