ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏଥି ସହିତ, ଯଦି ଆମେ ୨୪ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ପାଇଁ ହେଉଥିବା ହାରାହାରି ମୃତ୍ୟୁକୁ ଦେଖିବା, ତେବେ ଭାରତରେ ମୃତ୍ୟୁସଂଖ୍ୟା ଏବେ ଲକଡାଉନ ପୂର୍ବ ମୃତ୍ୟୁସଂଖ୍ୟାକୁ ଖସି ଆସିଛି | ଏହା ଦେଶ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର। ଗତ ୨୪ଘଣ୍ଟା ମଧ୍ୟରେ ଭାରତର କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୫୦୦ରୁ କମ୍ ରହିଛି। ଏଥି ସହିତ କରୋନା ରୋଗୀଙ୍କ ମୃତ୍ୟୁ ହାର ୧.୫ ପ୍ରତିଶତରେ ପହଞ୍ଚିଛି | ବର୍ତ୍ତମାନ ସୁଦ୍ଧା, ଭାରତର ୧୪ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ରୋଗୀଙ୍କ ମୃତ୍ୟୁହାର ୧ ପ୍ରତିଶତରୁ କମ୍ ରହିଛି। ମାର୍ଚ୍ଚ ପରଠାରୁ ଦେଶରେ ମୃତ୍ୟୁ ସଂଖ୍ୟା ପ୍ରାୟତଃ ୧,୦୦୦ ପାର କରୁଥିଲା | ଏବେ ତାହା ୫୦୦ତଳକୁ ଖସି ଆସିଛି |
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି ଯେ, ମାର୍ଚ୍ଚ ୨୨ପରଠାରୁ ଦେଶରେ ରହିଥିବା ସ୍ଥିତି ଏବେ ବଦଳିଛି | ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ମୋଟ ନୂଆ ମାମଲା ଏବଂ ମୃତ୍ୟୁ ସଂଖ୍ୟା ଆଧାରରେ ସରକାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୪୫,୧୪୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୮୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
JewishBostonବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୭୯ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ସମୟରେ, ଏହି ଭୂତାଣୁ ଯୋଗୁଁ ୧.୧୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୭୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହ ଭାରତରେ ଜାତୀୟ ପୁନରୁଦ୍ଧାର ହାର ମଧ୍ୟ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-192.jpg)