ଶେଷ ହୋଇନି କରୋନାର ବିପଦ, ମ୍ୟୁଟେସନ୍ ଜାରି ରହିଛି, ଆସିପାରେ ନୂଆ ଭେରିଏଣ୍ଟ୍: ଡବ୍ଲୁଏଚ୍ଓ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଦୁର୍ବଳ ହୋଇଯାଇଛି। କିନ୍ତୁ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) କରୋନାର ନୂଆ ଭେରିଏଣ୍ଟ୍(ପ୍ରକାର)କୁ ନେଇ ଚେତାବନୀ ଦେଇଛି। ଅନେକ ଭିନ୍ନ ଭିନ୍ନ ମ୍ୟୁଟେସନ୍ (ଭୂତାଣୁ ରୂପରେ ପରିବର୍ତ୍ତନ) ଦେଖା ଦେଇଛି ତେଣୁ କରୋନାର ଆହୁରି ଅଧିକ ଭେରିଏଣ୍ଟ୍, ଆଗାମୀ ଦିନରେ ସାମନାକୁ ଆସିପାରନ୍ତି। ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡିବ ଓ କେବେବି ଭାବିବା ଉଚିତ ନୁହେଁ ଯେ ମହାମାରୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ମହାମାରୀ ସମ୍ପୂର୍ଣ୍ଣ ଭାବେ ଚାଲିଯାଇ ନାହିଁ। ଡବ୍ଲୁଏଚ୍ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ଵାମୀନାଥନ ଏବିଷୟରେ ସୂଚନା ଦେଇଛନ୍ତି।

ସୌମ୍ୟ ସ୍ଵାମୀନାଥନଙ୍କ ପୂର୍ବରୁ ଡବ୍ଲୁଏଚ୍ଓର କୋଭିଡ୍-୧୯ ଟେକ୍ନିକାଲ୍ ମୁଖ୍ୟ ମାରିଆ ବେନ୍ ଚେତାବନୀ ଦେଇଥିଲେ ଓମିକ୍ରୋନ୍ କରୋନାର ଶେଷ ଭେରିଏଣ୍ଟ୍ ନୁହେଁ। ସେ କହିଥିଲେ, ଆମେ ଏହି ଭାଇରସ୍ ବିଷୟରେ ବହୁତି କିଛି ଜାଣିପାରିଛୁ କିନ୍ତୁ ସବୁକିଛି ଜାଣିପାରିଛୁ ଏପରି କହିବା ବୋକାମି ହେବ। ଆମେ ଭାଇରସର ଗତିବିଧି ଉପରେ ନଜର ରଖୁଛୁ। କିନ୍ତୁ ଏହାର ମ୍ୟୁଟେସନ ବିଭିନ୍ନ ପ୍ରକାର ହେଉଛି। ଓମିକ୍ରନ୍ ଶେଷ ଭେରିଏଣ୍ଟ୍ ନୁହେଁ। ଏହାପରେ ଅନ୍ୟ ଭେରିଏଣ୍ଟ୍ ଆସିପାରନ୍ତି। ଟିକାକରଣ ପ୍ରକ୍ରିୟାକୁ ଦ୍ରୃତ କରିବା ପାଇଁ ଆମେ ଚେଷ୍ଟା କରିବା ଦରକାର। ଓମିକ୍ରନକୁ ଆଧାର କରି ଡବ୍ଲୁଏଚ୍ଓ କରୋନାର ଅନ୍ୟ ଭେରିଏଣ୍ଟ ଉପରେ ନଜର ରଖିଛି। କରୋନାର ବିଏ.୨ ରୂପ ବିଏ.୧ ଠାରୁ ଅଧିକ ବେଗରେ ଗତି କରୁଛି।

ସମ୍ବନ୍ଧିତ ଖବର